ୟୁଏଇରେ ଖେଳାଯିବ ଟି-୨୦ ବିଶ୍ୱକପ୍
![](https://www.odishalink.com/wp-content/uploads/2021/06/t20-world-cup-fb.jpg)
ନୂଆଦିଲ୍ଲୀ: ଚଳିତବର୍ଷ ୟୁଏଇରେ ଖେଳାଯିବ ଟି-୨୦ ବିଶ୍ୱକପ। ଏନେଇ ଆଜି ବିଭାଗୀୟ ଅଧିକାରୀ ଘୋଷଣା କରିଛନ୍ତି। କରୋନା ସମୟରେ ଭାରତରେ ଏହି ମ୍ୟାଚ୍ ଆୟୋଜନ ନେଇ ସନ୍ଦେହ ଥିବା ବେଳେ ଆଜି ବିସିସିଆଇ ତରଫରୁ ଆଇସିସିକୁ ସୂଚନା ଦିଆଯାଇଛି।
ଟି-୨୦ ବଶ୍ୱକପ୍ ଅକ୍ଟୋବର କିମ୍ବା ନଭେମ୍ବରରେ ହୋଇପାରେ। ଟି-୨୦ ବିଶ୍ୱକପ ପୂର୍ବରୁ ଆଇପିଏଲର ବାକିଥିବା ୩୧ ଟି ମ୍ୟାଚ୍ ବି ୟୁଏଇରେ ଖେଳାଯିବ। ଏନେଇ ବୋର୍ଡର ଅଧ୍ୟକ୍ଷ ଜୟ ଶାହା ସୂଚନା ଦେଇଛନ୍ତି। ଜୟ ଶାହା କହିଛନ୍ତି କି, ଆଜି ଅଧିକାରୀ ସ୍ତରରେ ମ୍ୟାଚର ସ୍ଥାନ ପରିବର୍ତ୍ତନ ନେଇ ଆଇସିସିକୁ ସୂଚନା ଦିଆଯାଇଛି। ଏହି ଟୁର୍ଣ୍ଣାମେଣ୍ଟ କେବେ ଖେଳାଯିବ ତାହା ଆଇସିସି ନିଷ୍ପତ୍ତି କରିବ। ଅକ୍ଟୋବର ୧୬ ତାରିଖ ଠାରୁ ମ୍ୟାଚ୍ ଆରମ୍ଭ ହୋଇପାରେ।
୧୬ ଟି ଟିମକୁ ନେଇ ଖେଳାଯିବାକୁ ଥିବା ଏହି ବିଶ୍ୱକପର ଶେଷ ମ୍ୟାଚ୍ ୧୪ ନଭେମ୍ବରରେ ହେବ। ଟି-୨୦ ବିଶ୍ୱକପର ମ୍ୟାଚ୍ ଗୁଡିକ ୟୁଏଇ ବ୍ୟତୀତ ଓମାନରେ ହେବା ନେଇ ଆଶା କରାଯାଉଛି। ୟୁଏଇରେ ଆଇପିଏଲ ମ୍ୟାଚ୍ ଖେଳା ଯାଉଥିବାରୁ ଅଧିକ ଚାପ ନଦେବାକୁ କିଛି ମ୍ୟାଚ୍ ଓମାନରେ ଖେଳାଯିବା ନେଇ ଆଶଙ୍କା କରାଯାଉଛି।
ଚଳିତ ଟି-୨୦ ବିଶ୍ୱକପରେ ୧୬ ଟି ଟିମ୍ ଭାଗନେବେ। ସେମାନଙ୍କ ମଧ୍ୟରେ ୪୫ ଟି ମ୍ୟାଚ୍ ଖେଳାଯିବ। ପ୍ରଥମ ରାଉଣ୍ଡରେ ୮ ଟି ଟିମ୍ ଖେଳିବେ। ଦୁଇଟି ଗ୍ରୁପରେ ୪ ଟି ଲେଖାଏଁ ଟିମ୍ ରହିବ।