ନିକ୍ ଓ ପ୍ରିୟକାଙ୍କ ଛାଡପତ୍ରର ଭବିଷ୍ୟବାଣୀ କରି ଚର୍ଚ୍ଚାରେ KRK

ନୂଆଦିଲ୍ଲୀ: ନିଜ ବିବାଦୀୟ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି କେଆରକେ। ଯେ କୌଣସି ବିଷୟ ଉପରେ ସେ ନିଜର ମନ୍ତବ୍ୟ ଦେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଫଳରେ ୟୁଜରଙ୍କ ଟାର୍ଗେଟରେ ଆସିଥାନ୍ତି। ବର୍ତ୍ତମାନ କେଆରକେ ପୁଣି ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ବଲିଉଡରୁ ହଲିଉଡରେ ପ୍ରବେଶ କରିଥିବା ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ୱାମୀ ନିକ ଜୋନାସଙ୍କ ବିବାହ ବିଷୟରେ କେଆରକେ ପୂର୍ବାନୁମାନ କରିଛନ୍ତି। ଯାହା ପରେ ଲୋକମାନେ କ୍ରୋଧିତ ହେବା ସହ ଟ୍ରୋଲ କରୁଛନ୍ତି।
କେଆରକେ ଟ୍ୱିଟରରେ ଏକ ପୋଷ୍ଟ ସେୟାର କରିଛି। ଯେଉଁଥିରେ ସେ ଲେଖିଛନ୍ତି, ‘ନିକ ଜୋନାସ ଆଗାମୀ ୧୦ ବର୍ଷ ମଧ୍ୟରେ ପ୍ରିୟଙ୍କା ଚୋପ୍ରାଙ୍କୁ ଛାଡପତ୍ର ଦେବେ।’ କେଆରକେଙ୍କ ଏହି ଟୁଇଟ୍ ଭାଇରାଲ ହେବାରେ ଲାଗିଛି । ଏଥି ସହିତ ଲୋକମାନେ ଅଭିନେତାଙ୍କୁ ମଧ୍ୟ ଖୁବ୍ ଟ୍ରୋଲ କରୁଛନ୍ତି।
ଏହାପୂର୍ବରୁ ସେ ଅମୀର ଖାନ ଏବଂ କିରଣ ରାଓଙ୍କ ଛାଡପତ୍ରକୁ ନେଇ ନିଜର ପ୍ରତିକ୍ରିୟା ଦେଇଥିଲେ। ସେ ଟ୍ୱିଟ କରି ଲେଖିଥିଲେ, ‘ଅମୀର ଖାନ ଭାଇ ତୁମେ ମହାନ। ମୁଁ ତୁମର ସଚ୍ଚୋଟତାକୁ ନମସ୍କାର କରୁଛି । ଆଜି ଆପଣ ଏହି ଜିନିଷ ବିଷୟରେ ଖରାପ ଅନୁଭବ କରିପାରନ୍ତି କିନ୍ତୁ ଯଦି ଆପଣଙ୍କର ମନେ ଅଛି, ମୁଁ କିଛି ବର୍ଷ ପୂର୍ବେ କହିଥିଲି ଯେ ଆପଣ ଶୀଘ୍ର କିରଣ ରାଓଙ୍କୁ ଛାଡପତ୍ର ଦେବେ । ଆଜି ଏହା ସତ୍ୟ ହୋଇଛି । ଏହା କ’ଣ ଘଟୁଛି? ମୁଁ ଯାହା କହୁଛି ତାହା ସତ୍ୟ ହୋଇଯାଉଛି।’