ଟିକା ଅଭାବ: ୧୧ ଜିଲ୍ଲାରେ ଟିକାକରଣ ବନ୍ଦ
![](https://www.odishalink.com/wp-content/uploads/2021/06/vaccine-1.jpg)
ଭୁବନେଶ୍ୱର: ରାଜ୍ୟରେ ଦୂର ହେଉନି ଟିକା ସଙ୍କଟ। ଟିକା ଅଭାବ କାରଣରୁ ୧୧ ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ। କେନ୍ଦ୍ରରୁ ଆବଶ୍ୟକୀୟ ଟିକା ମିଳୁନଥିବାରୁ ଦିନକୁ ଦିନ ଜଟିଳ ହେଉଛି ଟିକା ସଂକଟ। ଆଜି ବଲାଙ୍ଗିର, ବାଲେଶ୍ୱର, ଦେବଗଡ଼, ଗଜପତି, କଳାହାଣ୍ଡି, କେନ୍ଦ୍ରାପଡ଼ାରେ ବନ୍ଦ ରହିଛି ଟିକାକରଣ।
ସେହିଭଳି କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର ଓ ନୂଆପଡ଼ାରେ ବନ୍ଦ ରହିବ ଟିକାକରଣ। ଆସନ୍ତା ୧୫ରେ କେନ୍ଦ୍ର ସରକାର କୋଭିସିଲଡ ଟିକା ପଠାଇବେ। ତେଣୁ ସେ ପର୍ଯ୍ୟନ୍ତ ରାଜ୍ୟରେ ଟିକାକରଣ ବାଧାପ୍ରାପ୍ତ ହେବ। ୧୫ ତାରିଖ ପରେ ଟିକାକରଣରେ ସାମିଲ ହେବେ ଗର୍ଭବତୀ। ଏନେଇ ସ୍ୱତନ୍ତ୍ର ଗାଇଡ୍ଲାଇନ ପ୍ରସ୍ତୁତ କରିଛି ସ୍ୱାସ୍ଥ୍ୟ ବିଭାଗ।