ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପକୂଳ-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଗତି କରି ତୀବ୍ର ଅବପାତରେ ପରିଣତ ହୋଇଛି। ଏହା ଆଜି ସକାଳ ୫.୩୦ ସୁଦ୍ଧା ୨୧.୦ ଡିଗ୍ରୀ ଉତ୍ତର ଅକ୍ଷ୍ୟାଂଶ ଏବଂ ୮୭.୪୦ ପୂର୍ବ ଦ୍ରାଘିମାରେ ବାଲେଶ୍ୱରର ଦକ୍ଷିଣ ପୂର୍ବ ଦିଗରେ ପ୍ରାୟ ୭୦ କିଲୋମିଟର ଓ ପଶ୍ଚିମବଙ୍ଗ ଦିଘାର ଦକ୍ଷିଣ ଦକ୍ଷିଣପୂର୍ବ ଦିଗରେ ପ୍ରାୟ ୭୦ କିଲୋମିଟର ଦୂରତାରେ କେନ୍ଦ୍ରିଭୂତ ଅଛି।
ଏହାର ପ୍ରଭାବରେ ଓଡିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ବର୍ଷା, କେତେକ ସ୍ଥାନରେ ପ୍ରବଳ ବର୍ଷା ଏବଂ ଅଳ୍ପ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳରେ ୪୫-୫୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ପବନର ବେଗ ବୃଦ୍ଧି ପାଇ ୬୫ କିଲୋମିଟରେ ପହଞ୍ଚିବାର ମଧ୍ୟ ସମ୍ଭାବନା ରହିଛି। ଓଡିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ୩୫-୪୦ କିଲୋମିଟର ବେଗରେ ପବନ ବହିବା ସହ ଏହା ୫୦ କିଲୋମିଟରରେ ପହଞ୍ଚିବାର ସମ୍ଭାବନା ରହିଛି।
Comments are closed.