ଅଗଷ୍ଟ ୨୭ରେ ଓଏଏସ୍ ପ୍ରିଲିମ୍ ପରୀକ୍ଷା, ୫ଟି ସ୍ଥାନରେ ହେବ ପରୀକ୍ଷା
![](https://www.odishalink.com/wp-content/uploads/2021/07/oas-730x430.png)
କଟକ: ଅଗଷ୍ଟ ମାସରେ ହେବ ଓଏଏସ୍ ପ୍ରିଲିମ୍ ପରୀକ୍ଷା। ଅଗଷ୍ଟ ୨୭ ତାରିଖରେ ଅନୁଷ୍ଠିତ ହେବ ପରୀକ୍ଷା। ଦୁଇଟି ସିଟିଂରେ ହେବ ପରୀକ୍ଷା। ସକାଳ ୧୦ରୁ ୧୨ ଜିଏସ୍ ପ୍ରଥମ ପେପର ଓ ସାଢ଼େ ଗୋଟାଏରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଦ୍ୱିତୀୟ ପେପର ପରୀକ୍ଷା ହେବ। ଏଥିପାଇଁ ରାଜ୍ୟରେ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ସମ୍ବଲପୁର ଆଦି ୫ଟି ସ୍ଥାନରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଏନେଇ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କୁ ଏହି ପରୀକ୍ଷାରେ ଅତିରିକ୍ତ ୪୦ ମିନିଟ ସମୟ ଦିଆଯିବ। ପରବର୍ତ୍ତୀ ସମୟରେ ଯୋଗ୍ୟ ପରୀକ୍ଷାର୍ଥୀଙ୍କ ପାଇଁ OPSC ୱେବସାଇଟ୍ରେ ଆଡ୍ମିଶନ ସାର୍ଟିଫିକେଟ୍ ଉପଲବ୍ଧହେବ ବୋଲି OPSC ପକ୍ଷରୁ କୁହାଯାଇଛି।