ମହାରାଷ୍ଟ୍ରରେ ବର୍ଷା ବିତ୍ପାତ୍ତ, ୧୩୮ ଜଣଙ୍କ ଗଲାଣି ଜୀବନ

ମୁମ୍ବାଇ: ମହାରାଷ୍ଟ୍ରରେ ବର୍ଷା ବିତ୍ପାତ୍ତ। ଲଗାଣ ବର୍ଷାରେ ବନ୍ୟା, ଭୂସ୍ଖଳନ ଓ ଅନ୍ୟାନ୍ୟ ଅଘଟଣ ଯୋଗୁ ୨ ଦିନ ମଧ୍ୟରେ ୧୩୮ ଜଣଙ୍କ ମୃତ୍ୟୁ ଘଟିଛି। କେବଳ ରାଇଗଡ଼ରେ ଭୂସ୍ଖଳନ ଯୋଗୁ ୩୬ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟର ଏକାଧିକ ଜିଲ୍ଲାରେ ଗତ କିଛି ଦିନ ହେଲା ଲଗାଣ ବର୍ଷା ଜାରି ରହିଛି।
ବିଶେଷ କରି କୋଙ୍କଣ ରିଜନରେ ବର୍ଷା ଯୋଗୁ ଲକ୍ଷାଧିକ ଲୋକ ବନ୍ୟା ଜଳ ମଧ୍ୟରେ ଫସି ରହିଛନ୍ତି। ବନ୍ୟାରେ ଫସି ରହିଥିବା ପ୍ରାୟ ୮୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି। ହେଲେ ଏବେ ବି ଆହୁରି ଲକ୍ଷାଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି।
ରିଲିଫ ଓ ପୁଃନଉଦ୍ଧାର ମନ୍ତ୍ରୀ ବିଜୟ ୱାଡେଟ୍ଟିୱର କହିଛନ୍ତି, ବର୍ଷା ଓ ଅନ୍ୟ ମୌସୁମୀ ସହ ଜଡ଼ିତ ଅଘଟଣରେ ଏଯାଏ ୧୩୮ ଜଣଙ୍କ ମୃତ୍ୟୁ ଘଟିଛି। ୱେଷ୍ଟର୍ଣ୍ଣ ମହାରାଷ୍ଟ୍ରର ସାତାରା ଜିଲ୍ଲାରେ ମଧ୍ୟ ବର୍ଷା ବ୍ୟାପକ କ୍ଷତି ଘଟାଇଛି। ଏଠାରେ ଅନେକ ଲୋକ ବନ୍ୟା ଜଳରେ ଭାସି ଯାଇଥିବା ରିପୋର୍ଟ ମିଳିଛି।
ସାତାରାରେ ଏଯାଏ ୨୭ ଜଣଙ୍କ ମୃତ୍ୟୁ ଘଟିଛି। ନିଖୋଜ ହୋଇଯାଇଥିବା ଲୋକଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଚାଲିଛି। ଗୋଣ୍ଡିଆ ଓ ଚନ୍ଦ୍ରପୁର ଜିଲ୍ଲାରେ ମଧ୍ୟ ବର୍ଷା ଜନିତ ଅଘଟଣରୁ ଲୋକଙ୍କ ମୃତ୍ୟୁ ଘଟିଥିବା ମନ୍ତ୍ରୀ କହିଛନ୍ତି।