ଗ୍ୟାଙ୍ଗଷ୍ଟାର୍ ହାଇଦର ମୃତ

କଟକ: ଗ୍ୟାଙ୍ଗଷ୍ଟାର୍ ହାଇଦର ମୃତ। ଆଜି ଚୌଦ୍ୱାର ଜେଲରୁ ବାରିପଦା ଜେଲ୍ ନିଆଯାଉଥିବା ବେଳେ ରାସ୍ତାରେ ଏନକାଉଣ୍ଟର କରାଯାଇଥିଲା। ମଉକା ଦେଖି ଖସିଯିବାକୁ ଚେଷ୍ଟା କରିବା ପରେ ପୋଲିସ୍ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ପରେ ବାଲେଶ୍ୱର ଜିଲ୍ଲା ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ରକ୍ତଜୁଡ଼ୁବୁଡ଼ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରଯାଇ ଥିଲା।
ଆଜି ଅପରାହ୍ଣରେ ଏହି ଘଟଣା ଘଟିଥିଲା। ଫଳରେ ସୁରକ୍ଷାକର୍ମୀ ବାଧ୍ୟ ହୋଇ ତାକୁ ଅଟକାଇବାକୁ ଏନକାଉଣ୍ଟର୍ କରିଥିଲେ। ହାଇଦରର ପେଟରେ ଗୁଳି ବାଜିଥିବା ବେଳେ ତାକୁ ଚିକିତ୍ସା ପାଇଁ ବାଲେଶ୍ୱର ମେଡିକାଲ୍ ନିଆଯାଇଥିଲା ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରାୟ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ପୂରା ସହରକୁ ପୁଲିସ ଛାଉଣି କରାଯାଇଛି।
ହାଇଦରକୁ ଜଣେ ଇନ୍ସପେକ୍ଟର୍, ଜଣେ ଏସଆଇ ଓ ଏକ ସେକ୍ସନ ପୋଲିସ୍ ଫୋର୍ସ ନେଉଥିଲେ। ତେବେ ପରିସ୍ରା ଯିବ ବୋଲି କହି ଖସିଯିବାକୁ ବସିଥିଲା ହାଇଦର୍। ତାକୁ ଚେତାବନୀ ଦେବା ପରେ ମଧ୍ୟ ସେ ଶୁଣିନଥିଲା। ଫଳରେ ବାଧ୍ୟ ହୋଇ ପୋଲିସ୍ ଏନକାଉଣ୍ଟର୍ କରିଥିଲା। ଏନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ, ଗ୍ୟାଙ୍ଗଷ୍ଟର୍ ହାଇଦର କଟକ ବଡ଼ ମେଡିକାଲରୁ ଥରେ ଖସି ଯାଇଥିଲା। ପରେ ତାକୁ ତେଲଙ୍ଗାନାରୁ ପୁଣି କାବୁ କରିଥିଲା ପୋଲିସ । ପରେ କୋଭିଡ୍ ଆକ୍ରାନ୍ତ ହେବା ପରେ ହାଇଦରକୁ କଟକ ଚୌଦ୍ୱାର ଜେଲରେ ରଖାଯାଇଥିଲ। ଆଉ ସୁସ୍ଥ ହେବା ପରେ ତାକୁ ବାରିପଦା ଜେଲ୍ ନିଆଯାଉଥିବା ବେଳେ ସେ ପୁଣି ଖସି ଯିବାକୁ ଚେଷ୍ଟା କରିଥିଲା।