ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି
ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି। ଆଜି ଅପରାହ୍ନରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ ହେବ। ଦତ୍ତମହାପାତ୍ର ସେବକମାନେ ଦାରୁଦିଅଁଙ୍କ ଏହି ସେବା କରିବେ।ବନକଲାଗି ନୀତି ପରେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ଶୋଭା ବର୍ଦ୍ଧନ ହୋଇଥାଏ।
ସୂଚନା ମୁତାବିକ, ଏହି ଗୁପ୍ତ ନୀତି ପାଇଁ ଦ୍ୱିପ୍ରହର ଧୂପ ପରେ ଦତ୍ତମହାପାତ୍ର ସେବାୟତମାନେ ଗର୍ଭଗୃହରେ ପ୍ରବେଶ କରି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ସିଂହାର ଲାଗି ପ୍ରାକୃତିକ ଉପାୟରେ ପ୍ରସ୍ତୁତ ହୋଇଥିବା ପ୍ରସାଧନ ବ୍ୟବହାର କରାଯିବ। ଶଙ୍ଖ, କସ୍ତୁରୀ, ହରିତାଳରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ବିଗ୍ରହ ଝଲସି ଉଠିବ।
ପ୍ରତ୍ୟେକ ମାସରେ ଏହି ନୀତି ଦୁଇ ଥର କରାଯାଉଥିବା ବେଳେ ଦତ୍ତ ମହାପାତ୍ର ରତ୍ନ ସିଂହାସନରେ ଦାରୁ ଦେବତାଙ୍କର ଶ୍ରୀମୁଖ ସିଂହାର କରିଥାନ୍ତି।