ପରଲୋକରେ ପୂର୍ବତନ ବିଧାୟକ ଅରୁଣ ଦେ
ଭୁବନେଶ୍ବର: କରୋନାରେ ଚାଲିଗଲା ପୂର୍ବତନ ବିଧାୟକ ଅରୁଣ ଦେଙ୍କ ଜୀବନ। ଥରେ କି ଦୁଇ ଥର ନୁହେଁ ୫ଥର ବିଧାୟକ ହୋଇଥିବା ଅରୁଣ ଦେଙ୍କ ସୋମବାର ଦିନ ପରଲୋକ ହୋଇଛି। କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ ସେ। ଭୁବନେଶ୍ବରର ଏକ ମେଡିକାଲରେ ତାଙ୍କର ଚିକିତ୍ସାମଧ୍ୟ ଚାଲିଥିଲା। ହେଲେ ଜୀବନ ବଞ୍ଚିନଥିଲା।
ସୂଚନା ଯୋଗ୍ୟ, ରାଜ୍ୟର ବରିଷ୍ଠ ରାଜନେତାଙ୍କ ମଧ୍ୟରୁ ଅରୁଣ ଦେ ଅନ୍ୟତମ। ସେ ୧୯୭୧ରେ ବାମପନ୍ଥୀ ଚିନ୍ତାଧାରାରେ ପ୍ରେରିତ ହୋଇ ସିପିଆଇରେ ଯୋଗ ଦେଇଥିଲେ । ୧୯୯୪ ମସିହା ପର୍ଯ୍ୟନ୍ତ ସେ ଦଳ ସହ ରହିଥିଲେ । ୧୯୭୪,୧୯୮୦ ଏବଂ ୧୯୯୦ ସିପିଆଇ ପ୍ରାର୍ଥୀ ଭାବେ ସେ ବାଲେଶ୍ୱର ବିଧାନସଭାରୁ ୩ ଥର ବିଜୟୀ ହୋଇଥିଲେ ।