ରାଜଧାନୀରେ ଡେଙ୍ଗୁ ଆତଙ୍କ: ଚିହ୍ନଟ ହେଲେଣି ୯୩୮ ରୋଗୀ

ଭୁବନେଶ୍ୱର: ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ ଆତଙ୍କ। ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ଚିହ୍ନଟ ହେଲେଣି ୯୩୮ ଡେଙ୍ଗୁ ରୋଗୀ। ୭ ହଜାର ୮୩୩ ଘରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି ଭୁବନେଶ୍ୱର ମହାନଗର ନିଗମ।
ସ୍ଥିତିର ନିୟନ୍ତ୍ରଣ ପାଇଁ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଉଦ୍ୟମ ଜାରି ରଖିଥିବା ବେଳେ ୨୮ ହଜାର ୧୮୩ ଡେଙ୍ଗୁ ଉତ୍ପତିସ୍ଥଳ ନଷ୍ଟ କରାଯାଇଛି। ଅନ୍ୟପଟେ ଆସ୍କାରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।