ଉଜ୍ଜ୍ୱଳା ଯୋଜନା ୨.୦ ଶୁଭାରମ୍ଭ: ୧ କୋଟି ଲୋକଙ୍କୁ ମିଳିବ ମାଗଣା ଏଲିପିଜି କନେକ୍ସନ

ନୂଆଦିଲ୍ଲୀ: ଶୁଭାରମ୍ଭ ହେଲା ଜ୍ଜ୍ୱଳା ଯୋଜନା ୨.୦। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ମହୋବାରେ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଜନାର ହିତାଧିକାରୀଙ୍କୁ ସମ୍ବୋଧିତ କରିଥିଲେ। ବିପିଏଲ ପରିବାରକୁ ଏହି ଯୋଜନା ମାଧ୍ୟମରେ ମାଗଣା ଏଲପିଜି କନେକ୍ସନ ଯୋଗାଇଦିଆଯିବ।
୨୦୧୬ ମସିହାରେ ପିଏମୟୁୱାଇର ଶୁଭାରମ୍ଭ କରାଯାଇଥିବା ବେଳେ ୫ କୋଟି ବିପିଏଲ ପରିବାରର ମହିଳା ସଦସ୍ୟଙ୍କୁ ଏଲପିଜି କନେକ୍ସନ ଦେବା ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ୨୦୧୮ରେ ଏହି ଯୋଜନାକୁ ବିସ୍ତାର କରାଯାଇ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିଙ୍କ ସହ ୭ଟି ବର୍ଗର ମହିଳାଙ୍କୁ ଏଥିରେ ସାମିଲ୍ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଯୋଜନାକୁ ସଂଶୋଧନ କରାଯାଇ ୮ କୋଟି ଲୋକଙ୍କୁ ଏଲପିଜି ସଂଯୋଗ ପ୍ରଦାନ କରାଯାଇଥିଲା।
ଚଳିତବର୍ଷ ବଜେଟରେ ପ୍ରଧାନମନ୍ତ୍ରୀ ଉଜ୍ଝଳା ଯୋଜନା ଅଧିନରେ ଅତିରିକ୍ତ ୧ କୋଟି ଏଲିପିଜି କନେକ୍ସନ ଦେବାକୁ ଘୋଷଣା କରିଥିଲେ। ପ୍ରଥମ ଚରଣରେ ଏହି ସୁବିଧାରୁ ବଞ୍ଚିତ ଲୋକଙ୍କୁ ଦ୍ୱିତୀୟ ଚରଣରେ ମାଗଣାରେ ଏନପିଜି କନେକ୍ସନ ଯୋଗାଇ ଦିଆଯିବ। ଉଜ୍ଜ୍ୱଳା ଯୋଜନା ୨.୦ରେ ହିତାଧିକାରୀଙ୍କୁ ମାଗଣାରେ ଏଲପିଜି କନେକ୍ସନ ଦିଆଯିବା ସହ ରିଫିଲିଂ କରାଯାଉଛି।