ପଞ୍ଚାୟତ ନିର୍ବାଚନ ନେଇ ଖୁବଶୀଘ୍ର ନିର୍ବାଚନ କମିଶନଙ୍କୁ ରିପୋର୍ଟ ଦିଆଯିବ: ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ଆସିଲା ଗୁରୁତ୍ବପୂର୍ଣ୍ଣ ସୂଚନା। କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ କଟକଣା କୋହଳ ହେବାରେ ଲାଗିଛି। ଏହାରି ମଧ୍ୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଠିକ୍ ସମୟରେ ହେବ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା।
ସେ କହିଛନ୍ତି ଯେ, ‘ପଞ୍ଚାୟତ ସୀମା ପୁନଃନିର୍ଦ୍ଧାରଣ କାମ ସରିଛି। ନିର୍ବାଚନ ନେଇ ଖୁବଶୀଘ୍ର ନିର୍ବାଚନ କମିଶନଙ୍କୁ ରିପୋର୍ଟ ଦିଆଯିବ। ଏହା ସହ ପୌର ନିର୍ବାଚନ ପାଇଁ ବି ଆମେ ପ୍ରସ୍ତୁତ ଅଛୁ।’
ଗତଥର ଫେବୃଆରୀରେ ନିର୍ବାଚନ ହୋଇଥିଲା। ତେଣୁ ୨୦୨୨ ଫେବୃଆରୀରେ ପଂଚାୟତ ନିର୍ବାଚନ ହେବବୋଲି ସ୍ପଷ୍ଟ ହୋଇଛି । ତେବେ ରାଜ୍ୟରେ ଆଗାମୀ ୬ ମାସ ମଧ୍ୟରେ ପଞ୍ଚାୟତ ନିର୍ବାଚନ କରାଇବା ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ପୂର୍ବରୁ ଚିଠି ଲେଖିଥିଲେ ରାଜ୍ୟ ସରକାର।