ନୀରଜଙ୍କୁ ଆଉ ଏକ ସଫଳତା, ବିଶ୍ୱରେ ଦ୍ୱିତୀୟ ସ୍ଥାନ କଲେ ହାସଲ
![](https://www.odishalink.com/wp-content/uploads/2021/08/navbharat-times.jpg)
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିବା ନୀରଜ ଚୋପ୍ରାଙ୍କୁ ଏବେ ଆଉ ଏକ ସଫଳତା ମିଳିଛି। ବର୍ତ୍ତମାନ ସେ ବିଶ୍ୱ ଜାଭେଲିନ ଥ୍ରୋ ରାଙ୍କର ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି। ତାଙ୍କ ପଏଣ୍ଟ ସଂଖ୍ୟା ୧୩୧୫ ରହିଛି। ନୀରଜଙ୍କ ଉପରେ ବିଶ୍ୱର ଏକମାତ୍ର ଖେଳାଳି ଜର୍ମାନୀର ଜୋହାନେସ ଭିଟର ଅଛନ୍ତି।
ଜୋହାନେସ ଭିଟରଙ୍କ ପଏଣ୍ଟ ସଂଖ୍ୟା ୧୩୯୬ ରହିଛି। ୩ ନଂରେ ପୋଲାଣ୍ଡର ମାରକିନ କ୍ରୁକୋୱିସିକ, ୪ର୍ଥରେ ଚେକ ଗଣରାଜ୍ୟର ଜାକୁବ ଭାଡେଲଜିଚ୍ ଓ ଜର୍ମାନୀର ଜୁଲିଆନ ୱେବର ରହିଛନ୍ତି। ଚଳିତ ଅଲିମ୍ପିକ୍ସରେ ଭିଟର ହିଁ ନୀରଜଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ବୋଲି କୁହାଯାଉଥିଲା। ହେଲେ ଫାଇନାଲରେ ସେ ନୀରଜଙ୍କ ଥ୍ରୋର ଆଖପାଖ ମଧ୍ୟ ମାଡ଼ି ପାରି ନଥିଲେ।
ସୂଚନାଯୋଗ୍ୟ, ଭାରତ ଚଳିତ ଅଲିମ୍ପିକ୍ସରେ ନୀରଜଙ୍କ ସ୍ୱର୍ଣ୍ଣ ସହ ମୋଟ ୭ଟି ପଦକ ଜିତିଛି। ଏହା ଅଲିମ୍ପିକ୍ସରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ। ଭାରତ ଶେଷଥର ପାଇଁ ୨୦୧୨ରେ ସର୍ବାଧିକ ୬ଟି ପଦକ ଜିତିଥିଲା।