୧୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

କୋରାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ପୁଲିସ ୧୦୮ କେଜି ୬୦୦ ଗ୍ରାମ୍ ଗଞ୍ଜେଇ ଜବତ କରିଛି। ଏଥିସହ ସଂପୃକ୍ତ ୩ଜଣ ବେପାରୀଙ୍କୁ ଗିରଫ କରାଯାଇଛି। ମାଛକୁଣ୍ଡ ଅଞ୍ଚଳରୁ ରାଜସ୍ଥାନକୁ ଏକ କାର୍ (ଆର୍କେ ୧୪ସିୟୁ -୭୬୭୪) ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ମାଛକୁଣ୍ଡ ଥାନା ଅଧିକାରୀ ପ୍ରଫୁଲ୍ଲ ଲାକ୍ରାଙ୍କ ନେତୃତ୍ୱରେ ଏକ ଟିମ୍ ଟିକାପୁଟ ଛକଠାରେ ଜଗି ରହିଥିଲା। ଦ୍ରୁତଗତିରେ ସମ୍ପୃକ୍ତ କାର୍ଟି ଆସିବାରୁ ଏହାକୁ ଅଟକାଇ ଯାଞ୍ଚ କରାଯାଇଥିଲା।
ଜବତ ଗଞ୍ଜେଇର ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏହି ମାମଲାରେ ରାଜସ୍ଥାନ ଅଞ୍ଚଳର ଜିତେନ୍ଦ୍ର ସିଂ, ମହମ୍ମଦ ଆଝାରୁଦ୍ଦିନ ଓ ସନ୍ତୋଷ କୁମାରକୁ ଗିରଫ କରାଯାଇଛି। ଏନେଇ କେସ୍ ନଂ ୬୫/୨୧ରେ ଏକ ମାମଲା ରୁଜୁ ହୋଇଥିବା ନନ୍ଦପୁର ଏସ୍ଡିପିଓ ସଞ୍ଜୟ କୁମାର ମହାପାତ୍ର କହିଛନ୍ତି।