ନିଅଣ୍ଟିଆ ବର୍ଷା ପାଇଁ ସରକାରଙ୍କ ସ୍ୱତନ୍ତ୍ର ଆକ୍ସନ ପ୍ଲାନ
![](https://www.odishalink.com/wp-content/uploads/2021/02/suresh.jpeg)
ଭୁବନେଶ୍ୱର: ରାଜ୍ୟରେ ନିଅଣ୍ଟିଆ ବର୍ଷା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତରେ ଚାଲିଥିବା ବୈଠକ ଏବେ ଶେଷ ହୋଇଛି। ଏହି ବୈଠକରେ ବିଭିନ୍ନ ପ୍ରକାରର ଗରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ଏସଆରସିସ, ଜଳସମ୍ପଦ ବିଭାଗ ସଚିବ, ଅର୍ଥ ସଚିବ ଓ ଅଧିକାରୀ ସାମିଲ ହୋଇଥିଲେ। ବୈଠକ ପରେ କୃଷି ସଚିବ ଏସ କେ ବିଶିଷ୍ଟ ପ୍ରତିକ୍ରିୟା ରଖିଛନ୍ତି।
୧୫ ଜିଲ୍ଲାର ୩୦ ଟି ବ୍ଲକରେ ସ୍ୱଭାବିକଠୁ କମ ବର୍ଷା ହୋଇଛି। ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି ବୋଲି କୃଷି ସଚିବ ସୁରେଶ ବଶିଷ୍ଟ କହିଛନ୍ତି। ଯେଉଁଠି ଜଳସେଚନର ସୁବିଧା ଅଛି ସେଠାରୁ ଲିଫ୍ଟ ଇରିଗେସନ ଜରିଆରେ ଅନ୍ୟ ବିଲକୁ ପାଣି ଯୋଗାଇ ଦିଆଯିବ। କୃଷି ଶ୍ରମିକଙ୍କୁ ମନରେଗା ଓ ଅନ୍ୟାନ୍ୟ କୃଷି ଯୋଜନାରେ କାମ ଦିଆଯିବ।
ସେହିପରି ଯେଉଁଠି ଲିଫ୍ଟ ଇରିଗେସନ ପଏଣ୍ଟ ଅଛି, ସେଠାରେ ପ୍ରତି ପାଣି ପଞ୍ଚାୟତରେ ଆକ୍ସନ ପ୍ଲାନ କରାଯିବ। ଏହାସହ ଅନ୍ୟ ଜଳସେଚନ ସୁବିଧାକୁ ବ୍ୟବସ୍ଥିତ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।