ଟିକା ପାଇଁ ରାତି ଅନିଦ୍ରା

ସୁନ୍ଦରଗଡ଼: ଟିକା ପାଇଁ ରାତି ଅନିଦ୍ରା। ଏମିତି ଅଭାବନୀୟ ଦୃଶ୍ୟ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଡାକ୍ତରଖାନାରେ ଦେଖିବାକୁ ମିଳିଛି। କରୋନା ଟିକା ନେବା ପାଇଁ ଗତକାଲି ରାତିରୁ ଆସି ଡାକ୍ତରଖାନାରେ ଜଗି ରହିଛନ୍ତି ଲୋକେ। ଯାହାରଫଟୋ ଏବେ ଭାଇରାଲ ହେବାରେ ଲାଗିଛି।
ଟିକା ନେବା ପାଇଁ ଆସିଥିବା ଜଣେ ବ୍ୟକ୍ତି କହିଛନ୍ତି, ଆମେ ଟିକା ନେବା ପାଇଁ ଗତକାଲି ରାତି ୯ଟାରୁ ଆସି ଡାକ୍ତରଖାନାରେ ଲାଇନ ଲଗାଇଛୁ। ଟିକା ନନେଲେ ଆମର ରାସନକାର୍ଡ ଓ ଆଧାରକାର୍ଡ କଟିଯିବ। ଗାଡ଼ିମୋଟରରେ ଯିବା ପାଇଁ ଆମକୁ ସୁବିଧା ମିଳିବନି। ସେଥିପାଇଁ ଆମେ ଟିକା ନେବାକୁ ଡାକ୍ତରଖାନାରେ ଲାଇନ ଲଗାଇଛୁ।