୨୦ ବର୍ଷୀୟ ଝିଅର ଫଟୋ ଦେଖାଇ ୪୫ ବର୍ଷୀୟ ମହିଳାଙ୍କୁ ବିବାହ…

ଉତ୍ତରପ୍ରଦେଶର: ୨୦ ବର୍ଷୀୟ ଝିଅର ଫଟୋ ଦେଖାଇ ୪୫ ବର୍ଷୀୟ ମହିଳାଙ୍କ ସହ କରାଉଥିଲେ ବିବାହ। ଏନେଇ ଥାନାରେ ବର ଅଭିଯୋଗ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମଳିଛି ଉତ୍ତରପ୍ରଦେଶରରେ। ବର ଶତ୍ରୁଘ୍ନ ସିଂହଙ୍କ କହିବା ମୁତାବକ, ତାଙ୍କୁ ପ୍ରତାରଣା କରାଯାଇଛି। ବିବାହ ପାଇଁ ଜଣେ ୨୦ ବର୍ଷୀୟ ଝିଅର ଫଟୋ କନ୍ୟା ଘର ପକ୍ଷରୁ ଦେଖାଯାଇଥିଲା ଫଟୋ ଦେଖି ଶତ୍ରୁଘ୍ନ ବିବାହ ପାଇଁ ରାଜି ହୋଇଥିଲେ।
ଏଥିସହ ଅଗଷ୍ଟ ୧୯ ତାରିଖରେ ସେହି ୨୦ ବର୍ଷୀୟ ଝିଅ ଓ ଶତ୍ରୁଘ୍ନ ପରସ୍ପରକୁ ଏକ ମନ୍ଦିରରେ ଭେଟିଥିଲେ।ଆଉ ସେ କନ୍ୟାଙ୍କୁ ପ୍ରଥମ ଥର ଦେଖିଥିବାରୁ ୧୫ ହଜାର ଟଙ୍କା ଉପହାର ଭାବେ ଦେଇଥିଲେ। ପରେ ବିବାହ ପାଇଁ ଲଗ୍ନ ସ୍ଥିର କରାଯାଇଥିଲା। ଗତକାଲି ସିଭିଲ୍ ଲାଇନ୍ ଅଞ୍ଚଳରେ ଥିବା କାଳୀ ମାତା ମନ୍ଦିରରେ ଏହି ବିବାହ ହେବାର ଥିଲା।
ସନ୍ଧ୍ୟାରେ ଶତ୍ରୁଘ୍ନ ନିଜ ପରିବାର ସହିତ ମନ୍ଦିରରେ ପହଞ୍ଚିଥିଲେ। ଆଉ ଯେତେବେଳେ ବିବାହ ଆରମ୍ଭ ହୋଇଥିଲା ସେତେବେଳେ ଜଣେ ୪୫ ବର୍ଷୀୟ ମହିଳାଙ୍କୁ କନ୍ୟା ବେଶରେ ସଜେଇ ଅଣାଯାଇଥିଲା। ଏବାବଦରେ ଜାଣିବା ପରେ ବର ଘର ପକ୍ଷରୁ ବିବାହ ପାଇଁ ମନା କରାଯାଇଥିଲା। ଏହା ପରେ କନ୍ୟାଘର ପକ୍ଷରୁ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିବାର ଶତ୍ରୁଘ୍ନ ଅଭିଯୋଗ କରିଛନ୍ତି। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି।
ଏହି ଘଟଣାକୁ ନେଇ ଥାନା ଅଧିକାରୀ ଜିଭାରାମ ଯାଦବ କହିଛନ୍ତି ଯେ, ଅଭିଯୋଗ ଆଧାରରେ ମାମଲାର ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯବ।