ବିବାହ ମଣ୍ଡପରେ ବର-କନିଆଁଙ୍କ ପୁସ୍-ଅପ୍ସ ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ନିଜ ବିବାହକୁ ସ୍ମରଣୀୟ କରିବାକୁ ବର-କନିଆଁ ସବୁ ବେଳେ କିଛି ନୂଆ ପ୍ରୟାସ କରିଥାନ୍ତି। ଏଥିସହ ବିବାହ ପୂର୍ବରୁ କିଭଳି ସ୍ଲିମ ଏବଂ ଫିଟ୍ ରହିବେ ସେଥିପାଇଁ ମଧ୍ୟ ତତ୍ପର ଥାଆନ୍ତି। କିନ୍ତୁ ଏଭଳି ଏକ ବର-କନିଆଁ ଯିଏ ବିବାହ ମଣ୍ଡପ ଉପରେ ଫିଟ୍ ରହିବା ପାଇଁ ଉଦ୍ୟମ କରୁଥିବା ଦେଖିବାକୁ ମଳିଛି। ଏହି ଭିଡିଓ ଏବେ ଭାଇରାଲ ହେଉଛି।
ଡିଜାଇନର ଲେହେଙ୍ଗା ସାଙ୍ଗକୁ ବ୍ରାଇଡାଲ ମେକ୍ଅପ୍ ସହ କନିଆଁ ସଜେଇ ହୋଇଥିବା ବେଳେ ବର ମଧ୍ୟ ସେରାୱାନି ପିନ୍ଧି ଫୁଲ୍ ଗେଟ୍-ଅପ୍ରେ ବିବାହ କରିବାକୁ ଯିବା ପୂର୍ବରୁ ଉଭୟ ମଣ୍ଡପରେ ହିଁ ମାରିଛନ୍ତି ଧଡାଧଡ଼ ପୁସ୍-ଅପ୍ସ। ବର-କନିଆଁଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
କନିଆଁ ଜଣକ ହେଉଛନ୍ତି ପେଶାରେ ଜଣେ ଫିଟ୍ନେସ୍ କୋଚ। ଏହି ଭିଡିଓକୁ ସେ ନିଜ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି। ଭିଡିଓକୁ ପୋଷ୍ଟ କରି ସେ ଲେଖିଛନ୍ତି ‘ଏକ ଦମ୍ପତି ଯିଏ ଏକାଠି ଲିଫ୍ଟ କରୁଛନ୍ତି।’ ଏହି ଭିଡିଓ କ୍ଲିପ୍ରେ ସେ ତାଙ୍କ ବର ଆଦିତ୍ୟ ମହାଜନଙ୍କ ସହ ପୁସ୍-ଅପ୍ ମାରୁଥିବା ଦେଖିବାକୁ ମିଳିଛି। ଆଦିତ୍ୟ ମହାଜନ ମଧ୍ୟ ଜଣେ ଫିଟନେସ୍ କୋଚ୍ ଅଟନ୍ତି। ଦୁହେଁ ୱେଡିଂ ଗେଟ୍ଅପ୍ରେ ସଜେଇ ମଣ୍ଡପ ଉପରେ ସମସ୍ତଙ୍କ ଆଗରେ ପୁସ୍-ଅପ୍ ମାରି ଅନ୍ୟକୁ ଫିଟ୍ ରହିବା ପାଇଁ ପ୍ରେରଣା ଦେଇଛନ୍ତି।