ଗିରଫ ହେଲେ ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସ
ଭୁବନେଶ୍ବର: ଗିରଫ ହେଲେ ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସ। ହତ୍ୟା ଉଦ୍ୟମ ଓ ଅତ୍ୟାଚାର ଅଭିଯୋଗ ମାମଲାରେ ପୋଲିସ ମାନସ ଦାସଙ୍କୁ ଗିରଫ କରିଛି। ଭୁବନେଶ୍ବର ସ୍ଥିତ ସହିଦନଗରରୁ ମାନସ ଦାସଙ୍କୁ ଖୋର୍ଦ୍ଧା ପୋଲିସ ଗିରଫ କରିଛି।
ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ବିରୁଦ୍ଧରେ ଏକାଧିକ ମାମଲା ରହିଛି। ତାଙ୍କୁ ଗିରଫ କରିବା ନେଇ ବିଭିନ୍ନ ମହଲରୁ ଦାବି ହୋଇଆସୁଥିବା ବେଳେ ଆଜି ଖୋର୍ଦ୍ଧା ପୋଲିସ ତାଙ୍କୁ ଉଠାଇ ନେଇଛି।
ଅମାନବୀୟ ଭାବେ ତାଲିବାନୀ ଶାସନ କରୁଥିଲା ମାନବବାଦ ସଙ୍ଗଠନ। ସଙ୍ଗଠନରେ ସାମିଲ ନହେବାରୁ ମାନବିକତାର ସବୁ ସୀମା ଟପିଯାଇଥିଲେ ବାପ-ପୁଅଙ୍କୁ ଗୋରୁ ଗାଈଙ୍କ ଭଳି ପିଟିଥିଲେ। ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା। ଭୟରେ ମାଡ ଖାଇଥିବା ବାପ-ପୁଅ ଥାନାରେ ଅଭିଯୋଗ କରିନଥିଲେ ସୁଦ୍ଧା ପରେ ଉକ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହା ପରେ ଚର୍ଚ୍ଚାକୁ ଆସିଥିଲେ ବିବାଦୀୟ ଗୁରୁଜୀ ମାନସ ଦାସ। ପୋଲିସ ଭାଇରାଲ୍ ଭିଡ଼ିଓ ଘଟଣାର ତଦନ୍ତ କରି ମାନସ ଦାସଙ୍କୁ ଗିରଫ କରିଛି।