ସ୍ଵର୍ଣ୍ଣ ପଦକ ବିଜେତା ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଟୋକିଓ ପାରାଲିମ୍ପିକ୍ସରେ କମାଲ ଦେଖାଇଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ। ସ୍ୱର୍ଣ୍ଣ ପଦକ ଜିତିବା ପରେ ତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହାରି ମଧ୍ୟରେ ପ୍ରମୋଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତ ପାଇଁ ଶୁଭ କାମନା ଦେଇଛନ୍ତି ।
ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ପ୍ରମୋଦ ଭଗତ ସମଗ୍ର ଦେସବାସୀଙ୍କ ହୃଦୟ ଜିତିଛନ୍ତି। ସେ ଜଣେ ଚମ୍ପିଆନ୍। ଯାହାଙ୍କ ସଫଳତା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣ ଦେବ। ପ୍ରମୋଦ ଉଲ୍ଲେଖନୀୟ ସ୍ଥିରତା ଓ ନିଷ୍ଠା ଦେଖାଇଛନ୍ତି। ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ଜିତିଥିବାରୁ ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
Pramod Bhagat has won the hearts of the entire nation. He is a Champion, whose success will motivate millions. He showed remarkable resilience & determination. Congratulations to him for winning the Gold in Badminton. Best wishes to him for his future endeavours. @PramodBhagat83
— Narendra Modi (@narendramodi) September 4, 2021
ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ପ୍ରମୋଦ। ଫାଇନାଲରେ ବ୍ରିଟେନର ଡାନିଏଲ ବେଥେଲଙ୍କୁ ୨୧-୧୪, ୨୧-୧୭ରେ ହରାଇ ପ୍ରମୋଦ ପଦକ ହାତେଇଛନ୍ତି। ଏଥିସହ ଟୋକିଓ ପାରା ଅଲମ୍ପିକ୍ସରେ ଭାରତକୁ ଚତୁର୍ଥ ସ୍ୱର୍ଣ୍ଣ ପଦକ ମିଳିଛି। ଭାରତର ପଦକ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି।