ଦୋଷୀ ସାବ୍ୟସ୍ତ ହେଲେ ନିଜକୁ ଫାଶୀ ଖୁଣ୍ଟରେ ଝୁଲାଇଦେବି: ଅଭିଷେକ ବାନାର୍ଜୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ କୋଇଲା ଦୁର୍ନିୀତି ମାମଲାରେ ଆଜି ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ପଚରା ଉଚରା କରିବ ଇଡି। ଏଥିପାଇଁ ଅଭିଷେକ ବାନାର୍ଜୀ ଦିଲ୍ଲୀରେ ପହଞ୍ଚିଛନ୍ତି। ଦିଲ୍ଲୀ ଯିବା ପୂର୍ବରୁ ଅଭିଷେକ କହିଛନ୍ତି ଯେ ମୁଁ କୌଣସି ପ୍ରକାର ତଦନ୍ତ ପାଇଁ ପ୍ରସ୍ତୁତ ଅଛି।
ଅଭିଷେକ କହିଛନ୍ତି ଯେ, ଯଦି କୌଣସି ବେଆଇନ କାରବାରରେ ତାଙ୍କର ସମ୍ପୃକ୍ତି ପ୍ରମାଣ ହୁଏ, ତେବେ ତେବେ ସେ ନିଜକୁ ଫାଶୀ ଖୁଣ୍ଟରେ ଝୁଲାଇଦେବ। ଦିଲ୍ଲୀରେ ପହଞ୍ଚିବା ପୂର୍ବରୁ କୋଲକାତା ବିମାନବନ୍ଦରରେ ଅଭିଷେକ ବାନାର୍ଜୀ ବିଜେପି ଉପରେ ବର୍ଷିଛନ୍ତି।
ଏହାସହ ସେ କହିଛନ୍ତି ରାଜ୍ୟସଭା ନିର୍ବାଚନରେ ପରାଜୟ ପରେ ବିଜେପି ରାଜନୈତିକ ପ୍ରତିଶୋଧ ନେଉଛି। ଅନୁସନ୍ଧାନ ସମ୍ପର୍କରେ ଅଭିଷେକ ବାନାର୍ଜୀ କହିଛନ୍ତି ଯେ, ମୁଁ ସବୁ ପ୍ରକାରର ତଦନ୍ତର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛି।