ଅରିନ୍ଦମଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର: ଓଟିଭି ପକ୍ଷରୁ ଅରିନ୍ଦମଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା। ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ଓଟିଭି ଏମଡି ଜାଗି ମଙ୍ଗତ ପଣ୍ଡା। ଅରିନ୍ଦମଙ୍କ ଅକାଳ ବିୟୋଗ ଅପୂରଣୀୟ କ୍ଷତି କହିଲେ ଜାଗି ମଙ୍ଗତ। ସେ କହିଛନ୍ତି ଯେ, କେବଳ ମୋ ପାଇଁ ନୁହେଁ, ସାରା ଅନୁଷ୍ଠାନ ପାଇଁ ଅପୂରଣୀୟ କ୍ଷତି।
ହାତୀ ଉଦ୍ଧାର ବେଳେ ବୋଟ୍ ଓଲଟି ବଡ ଅଘଟଣ। ବୋଟ୍ ଓଲଟି ଭାସି ଯାଇଥିବା ଓଟିଭି ପ୍ରତିନିଧି ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି। କଟକ ବଡ଼ ମେଡିକାଲରେ ଡାକ୍ତର ତାଙ୍କୁ ରିସିଭ୍ ଡେଡ୍ ଘୋଷଣା କରିଛନ୍ତି।