ଆଇପିଏଲ୍ ବେଟିଂ ବେଳେ ଚଢ଼ାଉ, ୬ ଗିରଫ

ଦିଗପହଣ୍ଡି: ଆସିକା ପାଟପୁର ଥାନା ଅଞ୍ଚଳରେ ଏକ ବଡ଼ ଧରଣର ଆଇପିଏଲ ବେଟିଂକୁ ପଣ୍ଡ କରିଛି ପୁଲିସ। ଆଇପିଏଲ ବେଟିଂ ବେଳେ ଚଢ଼ାଉ କରିଛି ପୁଲିସ। ଏହି ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୧ ଲକ୍ଷ ୬୦ ହଜାରରୁ ଅଧିକ ଟଙ୍କା ସହ ୮ଟି ମୋବାଇଲ ଜବତ ହୋଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆସିକା ଏସଡିପିଓ ଉମାଶଙ୍କର ସିଂ।
ଡେଙ୍ଗାଉସ୍ତା ସିଙ୍ଗିପୁର ରାସ୍ତାର ଏକ କଲଭର୍ଟରେ କିଛି ଯୁବକ ଆଇପିଏଲରେ ବେଟିଂ କରୁଥିବା ବେଳେ ଚଢ଼ାଉ କରିଥିଲା ପୋଲିସ। ସୂଚନା ପାଇ ପାଟପୁର ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ଅନ୍ୟମାନଙ୍କୁ ଧରିବାକୁ ପୋଲିସ ଛାନବିନ୍ କରୁଛି।