ଆଧାର କାର୍ଡ ସହ ଲିଙ୍କ ହେବ ଭୋଟର ପରିଚୟ ପତ୍ର

ନୂଆଦିଲ୍ଲୀ: ବହୁ ବିରୋଧ ସତ୍ତ୍ବେ ଆଜି ସଂସଦରେ ପାାରିତ ହୋଇଛି ନିର୍ବାଚନ (ସଂଶୋଧନ) ଆଇନ୍ ବିଲ୍-୨୦୨୧। ଏହି ବିଲ୍ରେ ଏକ ବଡ ଧରଣର ପରିବର୍ତ୍ତନ କରାଯାଇଛି। ଏଣିକି ଆଧାର କାର୍ଡ ସହ ଲିଙ୍କ ହେବ ଭୋଟର ପରିଚୟ ପତ୍ର। ଜଣେ ବ୍ୟକ୍ତିଙ୍କ ନାଁରେ ଆଉ ଏକାଧିକ ଭୋଟ ପରିଚୟ ପତ୍ର ରହିବ ନାହିଁ । ଏ ନେଇ କେନ୍ଦ୍ର ସରକାର ଆଣିଥିବା ସଂଶୋଧନ ବିଲ ଲୋକସଭାରେ ପାରିତ ହୋଇଛି।
ଲୋକସଭାରେ ବିଲ୍ ପାରିତ ହୋଇଥିବାରୁ ଏବେ ଏହାକୁ ରାଜ୍ୟସଭାରେ ଉପସ୍ଥାପନ କରାଯିବ। ଆଜି ଲୋକସଭାରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ ନିର୍ବାଚନ (ସଂଶୋଧନ) ଆଇନ୍ ବିଲ-୨୦୨୧ ଆଗତ କରିଥିଲେ। ବାଚନିକ ଭୋଟରେ ଏହି ବିଲ ଲୋକସଭାରେ ପାରିତ ହୋଇଛି। ହେଲେ କଂଗ୍ରେସ, ବିଏସପି, ଏଆଇଏମଆଇଏମ୍ ସହ ଅନ୍ୟ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବିରୋାଧ କରାଯାଇଥିଲା।
ବିଶେଷକରି ଏହି ବିଲ ଯୋଗୁ ନାଗରିକର ଗୋପନୀୟତା ଅଧିକାର ଉଲ୍ଲଂଘନ ହେବ ବୋଲି ବିରୋଧୀ ଅଭିଯୋଗ ଆଣିଥିଲେ। ସେମାନେ ଏହି ବିଲ ଅସାମ୍ବିଧାନିକ କହିବା ସହ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। କିନ୍ତୁ ଲୋକସଭାରେ ବିଜେପିର ସଂଖ୍ୟାଗରିଷ୍ଠତା ଥିବାରୁ ଏହି ବିଲ୍ ପାସ୍ ହୋଇଛି।