IPLର ମେଗା ନିଲାମ ତାରିଖ ଘୋଷଣା, କେବେ ହେବ ଜାଣନ୍ତୁ
![](https://www.odishalink.com/wp-content/uploads/2021/05/ipl-bcci-750x430.jpg)
ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। କାରଣ ଖୁବଶିଘ୍ର ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୨ର ମେଗା ନିଲାମର ଆୟୋଜନ ହେବାକୁ ଯାଉଛି। ଫେବୃଆରୀ ୭ ଓ ୮ ତାରିଖରେ ବେଙ୍ଗାଲୁରୁରେ ହେବ ମହା ନିଲାମ। ଏନେଇ ବୁଧବାର ଘୋଷଣା କରିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)।
ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, କରୋନା ମହାମାରୀ କାରଣରୁ ସ୍ଥିତି ଖରାପ ନହେଲେ ଏହି ମେଗା ନିଲାମ ଭାରତରେ ହିଁ ଅନୁଷ୍ଠିତ ହେବ। ଦୁଇ ଦିନିଆ ନିଲାମୀ ଫେବୃଆରୀ ୭ ଏବଂ ୮ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ଏହାକୁ ନେଇ ବିସିସିଆଇ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି।
ପ୍ରଥମେ ଖବର ଆସିଥିଲା ଯେ, ୟୁଏଇରେ ନିଲାମ ହୋଇପାରେ, ମାତ୍ର ଏମିତି କୌଣସି ଯୋଜନା ନଥିବା ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି। କରୋନାର ଓମିକ୍ରନ ଭାରିଏଣ୍ଟ ମାମଲାରେ ବୃଦ୍ଧି କାରଣରୁ ବିଦେଶ ଯାତ୍ରାକୁ ନେଇ କଟକଣା ମଧ୍ୟରେ ନିଲାମକୁ ଭାରତରେ ଆୟୋଜନ କରିବା ସହଜ ହେବ।