ନୟାଗଡ଼ରୁ ୪ କୋଟିର ବ୍ରାଉନ୍ସୁଗର ଜବତ, ରାତି ଅଧରେ ଚଢ଼ାଉ କରିଥିଲା ଏସଟିଏଫ୍
![](https://www.odishalink.com/wp-content/uploads/2022/01/Nayagarh.jpg)
ଓଏଲ୍ ବ୍ୟୁରୋ: ଏସ୍ଟିଏଫ୍ ଟିମ୍କୁ ବଡ଼ ସଫଳତା। ନୟାଗଡ଼ରେ ଗତକାଲି ରାତିରେ ଚଢ଼ାଉ କରି ପ୍ରାୟ ପାଖାପାଖୀ ୩କେଜିରୁ ଅଧିକ ବ୍ରାଉନସୁଗର ଓ ନଗଦ ୬୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ଏସଟିଏଫ୍ ଟିମ୍। ଜବତ ହୋଇଥିବା ବ୍ରାଉନ୍ସୁଗରର ମୂଲ୍ୟ ୪ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହୋଇଥିବ ବୋଲି ଅନୁମାନ କରିଛି ଏସଟିଏଫ୍। ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜିବା ପାଇଁ ଜୋରଦାର ପ୍ରୟାସ କରିଛି ଏସଟିଏଫ୍ ଟିମ୍ ।
ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ଟିଏଫ୍ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତ ରାତିରେ ଏକ ଟିମ୍ ନୟାଗଡ଼ ପିଡବ୍ଲୁଡି ଲେନ୍ସ୍ଥିତ ଏକ ଘର ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ସେଠାରୁ ପାଖାପାଖି ୩ କେଜି ୧୦୦ ଗ୍ରାମ ବ୍ରାଉନସୁଗର ସହ ୬୫ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ଏହାବାଦ ଘଟଣାସ୍ଥଳରୁ ୩ଟି ବନ୍ଧୁକ ସହ ୩ଟି ମାଗାଜିନ୍ ଏବଂ ୪୩ ରାଉଣ୍ଡ ଅଫୁଟା ଗୁଳି ଜବତ ହୋଇଛି । ଚଢାଉ ବେଳେ STF ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଚମ୍ପଟ ମାରି ପଳାଇଛି।
ସୂଚନାଯୋଗ୍ୟ, ଗତକାଲି ରାତିରେ ନୟାଗଡ଼ରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଥିବା ବେଳେ ଆଜି ସକାଳୁ ଖୋର୍ଦ୍ଧାରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ।