ଆଜି ବଜେଟ୍, ଆଶାରେ ଓଡ଼ିଶା
![](https://www.odishalink.com/wp-content/uploads/2020/02/Odisha-Budget.jpg)
ଓଏଲ୍ ବ୍ୟୁରୋ: ଆଜି ସଂସଦରେ ଉପସ୍ଥାପିତ ହେବ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଆଗତ କରିବେ ସାଧାରଣ ବଜେଟ। ମହାମାରୀ ପରେ ଅର୍ଥନୀତିକୁ ବୁଷ୍ଟର ଡୋଜ ଦେବେ ଅର୍ଥମନ୍ତ୍ରୀ। ବର୍ତ୍ତମାନ ସମୟରେ ଅର୍ଥନୀତିର ଅଭିବୃଦ୍ଧି ପଥକୁ ବୁଷ୍ଟର ଡୋଜ ଦରକାର ବୋଲି ଅର୍ଥନୈତିଜ୍ଞ ମାନେ ମତ ରଖିଛନ୍ତି।
ସୋମବାର ଲୋକସଭାରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେରେ କୁହାଯାଇଛି ଯେ ଚଳିତ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ୯.୨ ପ୍ରତିଶତ ରହିବ । ଆଗାମୀ ଆର୍ଥିକ ବର୍ଷ ଅର୍ଥାତ ୨୦୨୨-୨୩ରେ ଜିଡିପି ଅଭିବୃଦ୍ଧି ୮-୮.୫ ପ୍ରତିଶତ ରହିବ ।
ଅପରପକ୍ଷେ ଚଳିତ ବେଜଟରୁ ଅନେକ ଆଶା ରଖିଛି ଓଡ଼ିଶା। ରେଳ ଭିତ୍ତିଭୂମି ବିକାଶ ପାଇଁ ଓଡ଼ିଶା ପ୍ରାୟ ୭୬୦୦ କୋଟି ଟଙ୍କାର ବ୍ୟୟବରାଦ ପାଇଁ ଦାବି କରିଛି । ଅନ୍ୟପକ୍ଷରେ ରାଜ୍ୟମାନଙ୍କୁ ଜିଏସଟି କ୍ଷତିପୂରଣ ଆଉ ୩ ବର୍ଷ ଅର୍ଥାତ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଓଡ଼ିଶା ନିଜର ଦାବି ଜଣାଇଛି । ସେହିପରି ବିଦ୍ୟୁତ ଭିତ୍ତିଭୂମି କ୍ଷେତ୍ରରେ ଅଧିକ ବ୍ୟୟବରାଦ ପାଇଁ ଓଡ଼ିଶା ଆଶା ରଖିଛି । ଏହାଛଡ଼ା ଗ୍ରାମୀଣ ବିକାଶ କ୍ଷେତ୍ରରେ ଅଧିକ ବ୍ୟୟବରାଦ ପାଇଁ ରାଜ୍ୟ ଆଶାରଖୁଛି ।