ବର୍ଷାଙ୍କ ମାରାଥନ୍ ପ୍ରଚାର, ଅନୁଭବଙ୍କ ‘ଦାଦାଗିରି’

ଓଏଲ୍ ବ୍ୟୁରୋ: ରାଜ୍ୟରେ ପଞ୍ଚାୟତ ନିର୍ବାଚନର ୩ଟି ପର୍ଯ୍ୟାୟ ଶେଷ। ରାତି ପାହିଲେ ଅନୁଷ୍ଠିତ ହେବ ୪ର୍ଥ ପର୍ଯ୍ୟାୟ ନିର୍ବାଚନ। ଏସବୁ ମଧ୍ୟରେ ନିର୍ବାଚନୀ ପ୍ରଚାର ମଇଦାନରେ ନଜର ଆସିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଅନ୍ୟପଟେ କେଉଁଠି ବି ଦେଖାଯାଇନାହାନ୍ତି ଅଭିନେତାରୁ ନେତା ବନିଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି।
ସବୁଠୁ ବଡ଼ କଥା ହେଲା ପାରିବାରିକ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ ମଧ୍ୟ ତାଙ୍କ ବର୍ଷା ପ୍ରିୟଦର୍ଶିନୀଙ୍କୁ ଦେଖିବାକୁ ମିଳୁଛି ନିର୍ବାଚନୀ ମଇଦାନରେ। ସେ ବିଜେଡି ପାଇଁ ମାରାଥନ୍ ପ୍ରଚାର କରୁଛନ୍ତି। ଆଉ ଗଣମାଧ୍ୟମ ଆଗରେ କହୁଛନ୍ତି, ମୁଁ ସାରଙ୍କର ଜଣେ ଫ୍ୟାନ୍। ଯାହାକୁ ନେଇ ଏବେେ ରାଜ୍ୟ ରାଜନୀତିରେ ଲାଗି ରହିଛି ଚର୍ଚ୍ଚା।
ଆଜି ନିର୍ବାଚନୀ ପ୍ରଚାର ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ବର୍ଷା କହିଥିଲେଯେ, ଆଜ୍ଞା ମୁଁ କେହି ନୁହେଁ। ମୁଁ କେବଳ ସାରଙ୍କର ଜଣେ ବଡ଼ ଫ୍ୟାନ୍। ସେଥିପାଇଁ ଆଜି ପ୍ରଚାରରେ ଆସିଛି। ନିହାତି ଭାବେ ସମସ୍ତଙ୍କ ଭୋଟ୍ ସାରଙ୍କ ପାଇଁ ପଡ଼ିବ ବୋଲି ବର୍ଷା କହିଛନ୍ତି।
ଅପରପକ୍ଷେ ଅଭିନେତାରୁ ନେତା ପାଲଟିଥିବା ଅନୁଭବ ମହାନ୍ତିଙ୍କୁ ନିର୍ବାଚନ ମଇଦାନରେ ଦେଖିବାକୁ ମିଳିନାହିଁ। ଏପରିକି ଦିଲ୍ଲୀରେ ଅନୁଭବ ମହାନ୍ତିଙ୍କ ଘନିଷ୍ଠ ବାନ୍ଧବୀ ଜାଗ୍ରତି ଶୁକ୍ଳାଙ୍କ ସହ ଏକାଠି ନଜର ଆସିଛନ୍ତି। ଏବେ ଏକ ମେଗା ରିଆଲିଟି ଶୋ’ ‘ଦାଦାଗିରି’ ପାଇଁ ଓଡ଼ିଶାରେ ଅନୁଭବ ଥିବା ସତ୍ତ୍ବେ ଦଳ ପାଇଁ ପ୍ରଚାର କରୁନାହାନ୍୍ତି। ଯାହାକୁ ନେଇ ମଧ୍ୟ ଅନେକ କଳ୍ପନା ଜଳ୍ପନା ଜାରି ରହିଛି ।