ରାଜ୍ୟରେ ମୁଣ୍ଡଫଟା ଖରା, ୩୯ ଡିଗ୍ରୀ ପାର୍ ପାରଦ

ଓଏଲ୍ ବ୍ୟୁରୋ: ମାର୍ଚ୍ଚ ସରିନି ହେଲେ ହେଲାଣି ମୁଣ୍ଡଫଟା ଖରା। ଜାଡ଼ ଛାଡ଼ଉ ଛାଡ଼ୁ ଛାଡ଼ୁ ରାଜ୍ୟରେ ଡଠାତ୍ ଉପରମୁହାଁ ତାତି। ମଙ୍ଗଳବାର ଦିନ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହେଉଛି ଅନୁଗୁଳ। ୩୯7 ଡିଗ୍ରୀ ସହ ଅନୁଗୁଳ ପାଲଟିଛି ସବୁଠୁ ଉତ୍ତପ୍ତ ସହର। ୧୨ଟି ସହରରେ ଦିନ ତାପମାତ୍ରା ୩୮ଡ଼ିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ଆଜି ରାଜଧାନୀ ଭୁବନେଶ୍ୱରରେ ୩୮.୧ ଡ଼ିଗ୍ରୀ କରାଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ବର ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ, ବାଲେଶ୍ୱରରେ ୩୬.୩ ଡିଗ୍ରୀ, ଚାନ୍ଦବାଲିରେ ୩୭.୭ ଡିଗ୍ରୀ, କଟକରେ ୩୮.୦ ଡିଗ୍ରୀ, ପାରାଦୀପରେ ୩୨.୭ ଡିଗ୍ରୀ, ଭୁବନେଶ୍ୱରରେ ୩୮.୧ ଡିଗ୍ରୀ, ଗୋପାଳପୁରରେ ୩୨.୬ ଡିଗ୍ରୀ, ପୁରୀରେ ୩୩.୩ ଡିଗ୍ରୀ, ଅନୁଗୋଳରେ ୩୯.୭ ଡିଗ୍ରୀ, ବାରିପଦାରେ ୩୯.୨ ଡିଗ୍ରୀ, ଝାରସୁଗୁଡ଼ାରେ ୩୭.୬ ଡିଗ୍ରୀ, କେନ୍ଦୁଝରଗଡ଼ରେ ୩୬.୨ ଡିଗ୍ରୀ, ସମ୍ୱଲପୁରରେ ୩୮.୨ ଡିଗ୍ରୀ ରହିଛି।
୩୯.୭ ଡ଼ିଗ୍ରୀ ସହ #ଅନୁଗୁଳ ରାଜ୍ୟର ଉତ୍ତପ୍ତ ସହର#୧୨ସହରରେ ଦିନ ତାପମାତ୍ରା #୩୮ଡ଼ିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ #ସୋନପୁର ୩୯.୫ ଡ଼ିଗ୍ରୀ, #ବାରିପଦା ୩୯.୨ ଡ଼ିଗ୍ରୀ, #ଟିଟଲାଗଡ ଏବଂ #ବୌଦ୍ଧରେ ୩୯ ଡ଼ିଗ୍ରୀ ରେକର୍ଡ
ରାଜଧାନୀ #ଭୁବନେଶ୍ୱର ରେ ୩୮.୧ ଡ଼ିଗ୍ରୀ ଏବଂ #କଟକ ଠାରେ ୩୮ ଡ଼ିଗ୍ରୀ ଦିନ ତାପମାତ୍ରା ରେକର୍ଡ pic.twitter.com/ySiXN6B56s
— Meteorological Centre, Bhubaneswar (@mcbbsr) March 15, 2022
ସେହିପରି ସୁନ୍ଦରଗଡ଼ରେ ୩.୫ ଡିଗ୍ରୀ, ହୀରାକୁଦରେ ୩୭.୭ ଡିଗ୍ରୀ, ତାଳଚେରରେ ୩୮.୦ ଡିଗ୍ରୀ, ଭବାନୀପାଟଣାରେ ୩୭. ଡିଗ୍ରୀ, କୋରାପୁଟରେ ୩୫.୪ ଡିଗ୍ରୀ, ଫୁଲବାଣୀରେ ୩୬.୮ ଡିଗ୍ରୀ, ଟିଟିଲାଗଡ଼ରେ ୩୯.୦ ଡିଗ୍ରୀ, ମାଲକାନଗିରିରେ ୩୬.୦ ଡିଗ୍ରୀ, ସୋନପୁରରେ ୩୯.୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୫.୦ ଡିଗ୍ରୀ, ନୟାଗଡ଼ରେ ୩୮.୦ ଡିଗ୍ରୀ, ବୌଦ୍ଧରେ ୩୯.୦ ଡିଗ୍ରୀ, ଛତ୍ରପୁରରେ ୩୪.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୪.୦ ଡିଗ୍ରୀ, ଭଦ୍ରକରେ ୩୮.୨ ଡିଗ୍ରୀ ଓ ଯାଜପୁରରେ ତାପାମାତ୍ରା ୩୮.୦ ଡିଗ୍ରୀ ରେକର୍ଡ କରାଯାଇଛି।