‘ବିଜେଡିର ରଣନୀତିକୁ ଭେଦି ପାରିବୁନି’
![](https://www.odishalink.com/wp-content/uploads/2019/05/Odisha-BJP-BJD.jpg)
ଓଏଲ୍ ବ୍ୟୁରୋ: ମାର୍ଚ୍ଚ ୨୪ରେ ପୌର ନିର୍ବାଚନ। ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର ନଜର ଏବେ ପୌର ସିଂହାସନ ଉପରେ। ପଞ୍ଚାୟତ ନିର୍ବାଚନରେ ବିିପୁଳ ବିଜୟ ହାସଲ କରିଥିବା ବିଜେଡିର ନଜର ଏବେ ପୌର ଗାଦି ଉପରେ। ଅନ୍ୟପଟେ ପଞ୍ଚାୟତ ନିର୍ବାଚନରେ ଅମାନତ ହରାଇଥିବା ବିଜେପି ଓ କଂଗ୍ରେସ ପୌର ଗଡ଼ ଦଖଲ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ପୌର ନିର୍ବାଚନ ପାଇଁ ସବୁଦଳ ସଜବାଜ ହେଉଥିବା ବେଳେ ଭାରତୀୟ ଜନତା ପାର୍ଟିର ବିଧାୟକ ବିଷ୍ଣୁ ସେଠୀ ଦେଇଛନ୍ତି ବଡ଼ ବୟାନ।
ବିଧାୟକ ବିଷ୍ଣୁ ପ୍ରସାଦ ସେଠୀ କହିଛନ୍ତି ଯେ, ବିଜେଡି ସହ ଲଢ଼େଇ କରିହେବ ନାହିଁ। ବିଜେଡି ଯେଉଁ ରଣନୀତି ଆପଣାଇଛି ସେହି ରଣନୀତିକୁ ଆମ ଦଳ ଭେଦ କରିବା ଭଳି ଆଶା ଲାଗୁ ନାହିଁ। ବିଜେପି ନେତାଙ୍କ ଏଭଳି ବୟାନ ପରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି।
ଯଦି ବିଷ୍ଠୁଙ୍କ ମନ୍ତବ୍ୟକୁ ବିଚାରକୁ ନିଆଯାଏ ତେବେ ପୌର ନିର୍ବାଚନ ଆଗରୁ ହିଁ ବିଜେପି ହାରି ମାନିଛି ତାହା ଏକଦମ୍ ସ୍ପଷ୍ଟ। ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ବିପୁଳ ବିଜୟ ହାସଲ କରିଥିଲା। ଦ୍ବିତୀୟ ସ୍ଥାନରେ ଭାରତୀୟ ଜନତା ପାର୍ଟି ଓ ତୃତୀୟ ସ୍ଥାନରେ କଂଗ୍ରେସ ଦଳ ରହିଥିଲା।