ନବବିବାହତଙ୍କୁ “ପରିବାର ନିୟୋଜନ ପୁଟୁଳି” ଦେବେ ଓଡ଼ିଶା ସରକାର
ଓଏଲ୍ ବ୍ୟୁରୋ: ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ନେଇଛନ୍ତ ବଡ଼ ପଦକ୍ଷେପ। ଏଣିକି ନବବିବାହତଙ୍କୁ “ପରିବାର ନିୟୋଜନ ପୁଟୁଳି” ଦେବେ ଓଡ଼ିଶା ସରକାର। ଯାହା ସାରା ଦେଶରେ ପ୍ରଥମ। ଓଡ଼ିଶା ପୂର୍ବରୁ କେଉଁ ରାଜ୍ୟ ଏଭଳି ଘୋଷଣା କରିନାହାନ୍ତି।
ସରକାରଙ୍କ ପକ୍ଷରୁ ଦିଆଯିବାକୁ ଥିବା ପୁଟୁଳିରେ ପରିବାର ନିୟୋଜନ ବିଧି ପୁସ୍ତିକା, ବିବାହ ପଂଜିକରଣ ଫର୍ମ, କଣ୍ଡୋମ, ଗର୍ଭନିରୋଧକ ବଟିକା, ଜରୁରୀ ଗର୍ଭନିରୋଧକ ଓ ଗର୍ଭ ପରୀକ୍ଷା ଯନ୍ତ୍ର ରହିବ। ଏସବୁ ବ୍ୟତିତ ପାନିଆ, ଟିକିଲି, ନେଲ୍ କଟ୍ଟର, ଦର୍ପଣ ଆଉ ଟାଓ୍ବଲ ମଧ୍ୟ ପୁଟୁଳିରେ ରହିବ। ପରିବାର ନିୟୋଜନ ପୁଟୁଳି ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନର ‘ନଇ ପହଲ ଯୋଜନା’ର ଏକ ଅଂଶ ଅଟେ।
ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନର ରାଜ୍ୟ ନିର୍ଦ୍ଦେଶକ ଶାଲିନୀ ପଣ୍ଡିତ କହିଛନ୍ତି, ରାଜ୍ୟରେ କମ୍ ପ୍ରଜନନ ହାର ଥିବା ସତ୍ତ୍ବେ ଏହି ନିଆରା ପଦକ୍ଷେପ ନେଇଛନ୍ତି ସରକାର। ନବବିବାହିତଙ୍କ ଘରକୁ ଘର ଯାଇ ଆଶା କର୍ମୀ ମାନେ ‘ପରିବାର ନିୟୋଜନ ପୁଟୁଳି’ ଦେବେ ବୋଲି ସୂଚନା ରହିଛି।