ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୭ଟି ଗେଟ୍
ସମ୍ବଲପୁର : ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ୨ ଲକ୍ଷରୁ ଅଧିକ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାରୁ ଅଧିକ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୨ ଲକ୍ଷ ୫ ହଜାର ୪୭ କ୍ୟୁସେକ୍ ଜଳ। ଜଳଭଣ୍ଡାର ଜଳସ୍ତରକୁ ୬୧୯-୬୨୦ ଫୁଟ୍ ମଧ୍ୟରେ ସୀମିତ ରଖିବାକୁ ଗେଟ୍ ଖୋଲାଯିବ।
ପୂର୍ବରୁ ହୀରାକୁଦ ଜଳଭଣ୍ଡାରର ୭ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ବାମ ପାର୍ଶ୍ବରେ ୫ ଓ ଦକ୍ଷିଣ ପାର୍ଶ୍ବରେ ୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଆଉ ୭ଟି ଗେଟ୍ ଖୋଲାଗଲେ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେବ। ଜଳଭଣ୍ଡାରର ଜଳଧାରଣା କ୍ଷମତା ୬୩୦ ଫୁଟ୍। ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୦.୮୧ ଫୁଟ୍ ରହିଥିଲା। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨ ଲକ୍ଷ ୫ ହଜାର ୦୪୭ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ଜଳଭଣ୍ଡାର ମଧ୍ୟରୁ ୧ ଲକ୍ଷ ୨୭ ହଜାର ୭୨୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା।
Comments are closed.