ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀକୁ ଅନୁମତି,ବିଧାନସଭାରୁ ହଟିଲା କଟକଣା
ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ପରେ ନିଆଗଲା ନିଷ୍ପତ୍ତିା ପୂର୍ବ ଅପେକ୍ଷା ବିଧାନସଭା ଅବଧି ୧ ଘଣ୍ଟା ବୃଦ୍ଧି ହୋଇଥିବାବେଳେ ସନ୍ଧ୍ୟା ୬ଟା ପରିବର୍ତ୍ତେ ସନ୍ଧ୍ୟା ୭ ଯାଏଁ ଚାଲିବ ଗୃହକାର୍ଯ୍ୟ।

ଓଏଲ୍ ବ୍ୟୁରୋ: କରୋନା ମହାମାରୀ ପାଇଁ ସାରା ଦେଶରେ କଟକଣା ଲାଗିରହିଥିବାବେଳେ ବିଧାନସଭାରେ ମଧ୍ୟ ସମୟକୁ ପରିବର୍ତ୍ତନ କରାଯାଇଥିଲା। ସାମ୍ବାଦିକଙ୍କୁ ବିଧାନସଭା ପ୍ରେସ ଗ୍ୟାଲେରୀକୁ ଯିବା ପାଇଁ ମଧ୍ୟ କଟକଣା କରାଯାଇଥିଲା। ବର୍ତ୍ତମାନ କଟକଣାରେ ପୂର୍ଣ୍ଣଛେଦ ପଡିଛି।
ଗୃହକାର୍ଯ୍ୟ ୧ଘଣ୍ଟା ଅଧିକ ଚାଲିବ। ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ପରେ ନିଆଗଲା ନିଷ୍ପତ୍ତିା ପୂର୍ବ ଅପେକ୍ଷା ବିଧାନସଭା ଅବଧି ୧ ଘଣ୍ଟା ବୃଦ୍ଧି ହୋଇଥିବାବେଳେ ସନ୍ଧ୍ୟା ୬ଟା ପରିବର୍ତ୍ତେ ସନ୍ଧ୍ୟା ୭ ଯାଏଁ ଚାଲିବ ଗୃହକାର୍ଯ୍ୟ। କରୋନା କଟକଣା ହଟାଯାଇଥିବାବେଳେ ସ୍ୱାଭାବିକ ଭାବେ ଚାଲିବ ଗୃହ କାର୍ଯ୍ୟ ଯାହା ସୂଚନା ମିଳିଛି।
ପୂର୍ବରୁ କରୋନା କଟକଣା ପାଇଁ ସାମ୍ବାଦିକଙ୍କୁ ଗ୍ୟାଲେରୀକୁ ଅନୁମତି ନଥିବାବେଳେ ବର୍ତ୍ତମାନ ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀକୁ ଯିବାକୁ ଅନୁମତି ଦିଆଯାଇଛି । ଏନେଇ ବାଚସ୍ପତି ବିକ୍ରମକେଶରୀ ଆରୁଖ ସୂଚନା ଦେଇଛନ୍ତି। ଆସନ୍ତା ୨୪ରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ତେଣୁ ବିଧାନସଭାରେ ଅଧିବେଶନ ୧ଘଣ୍ଟା ଅଧିକ ଜାରି ରହିବ ସୂଚନା ମିଳିଛି ।