ସଙ୍ଗୀତ ନିର୍ଦ୍ଦେଶକ ଖୟାମ୍ ହାଶ୍ମିଙ୍କ ପରଲୋକ

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତରେ ଶୋକର ଛାୟା। କାହିଁକିନା ପରଲୋକରେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ଜହୁର ଖୟାମ୍ ହାଶ୍ମି। ଖୟାମ୍ ଭାରତୀୟ ସିନେମା ଜଗତର ଅନ୍ୟତମ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ତଥା ପଦ୍ମ ବିଭୂଷଣ ପୁରସ୍କାର ବିଜେତା। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଖୟାମଙ୍କ ପରଲୋକ ଘଟିଛି। ଫୁସଫୁସରେ ସଂକ୍ରମଣ ଯୋଗୁଁ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଗତ ସପ୍ତାହରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ପରିଲକ୍ଷିତ ହୋଇ ନ ଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା।
ଖୟାମଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ବଲିଉଡ ସମେତ ସଂଗୀତ ପ୍ରେମୀ ମହଲରେ ଶୋକର ଛାୟା ଖେଳିଯାଇଛି। ବଲିଉଡର ବହୁ ବିଶିଷ୍ଟ ବ୍ୟକ୍ତି ମେଡିକାଲରେ ପହଞ୍ଚି ଖୟାମଙ୍କ ଶେଷ ଦର୍ଶନ କରିବା ସହ ଶୋକ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଏବଂ ବିଶିଷ୍ଟ ଗାୟିକା ଲତା ମଙ୍ଗେସକର ଟ୍ୱିଟ କରି ଶୋକବ୍ୟକ୍ତ କରିଛନ୍ତି।
India will remain grateful to Khayyam Sahab for giving us some of the most memorable compositions, which will be remembered forever. He will also be remembered for his humanitarian gestures to support upcoming artists. His demise is extremely saddening.
— Narendra Modi (@narendramodi) August 19, 2019
Mahan sangeetkar Aur bahut nek dil insan Khayyam sahab aaj humare bich nahi rahe. Ye sunkar mujhe itna dukh hua hai jo main bayaa’n nahi kar sakti.Khayyam sahab ke saath sangeet ke ek yug ka anth hua hai.Main unko vinamra shraddhanjali arpan karti hun. pic.twitter.com/8d1iAM2BPd
— Lata Mangeshkar (@mangeshkarlata) August 19, 2019
ପଞ୍ଜାବରେ ଜନ୍ମିତ ବଲିଉଡ୍ର ଏହି ସଙ୍ଗୀତ ନିର୍ଦ୍ଦେଶକ ‘ଖୟାମ୍’ ନାମରେ ପରିଚିତ ଥିଲେ। ମାତ୍ର ୧୭ ବର୍ଷ ବୟସରେ ଲୁଧିଆନାରେ ସେ ତାଙ୍କ ମ୍ୟୁଜିକ୍ କ୍ୟାରିଅର ଆରମ୍ଭ କରିଥିଲେ। ୧୯୫୩ରୁ ୧୯୯୦ ପର୍ଯ୍ୟନ୍ତ ସେ ବଲିଉଡ୍ରେ ସକ୍ରିୟ ଥିଲେ। ୨୦୦୭ରେ ରିଲିଜ୍ ହୋଇଥିବା ‘ଯାତ୍ରା’ ଫିଲ୍ମରେ ମଧ୍ୟ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ‘କଭି କଭି’ ଓ ‘ଉମ୍ରାଓ ଜାନ୍’ ପାଇଁ ତାଙ୍କୁ ଦୁଇ ଥର ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଫିଲ୍ମ ଫେୟାର ପୁରସ୍କାର ମିଳିଥିଲା। ୨୦୧୧ରେ ତାଙ୍କୁ ‘ଫିଲ୍ମ ଫେୟାର ଲାଇଫ୍ଟାଇମ୍ ଆଚିଭ୍ମେଣ୍ଟ୍’ ପୁରସ୍କାର ପ୍ରଦାନ କରାଯାଇଥିଲା। ’ଉମ୍ରାଓ ଜାନ୍’ ପାଇଁ ସେ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ। ୨୦୧୧ରେ ଭାରତ ସରକାର ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ଏହା ବ୍ୟତୀତ ସେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମଧ୍ୟ ପାଇଛନ୍ତି।
Comments are closed.