ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କୁ ସୁରକ୍ଷା ଦେବାକୁ ମନାକଲେ କୋର୍ଟ
କୋର୍ଟ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିବାପରେ ନିରାଶ ହେଲେ ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ସମ୍ପୃକ୍ତ ଶ୍ରଦ୍ଧାଞ୍ଜଳି।

ଓଏଲ୍ ବ୍ୟୁରୋ : ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ସମ୍ପୃକ୍ତ ଶ୍ରଦ୍ଧାଞ୍ଜଳିଙ୍କୁ ମିଳିବନି ଅନ୍ତରୀଣ ସୁରକ୍ଷା। ଅର୍ଚ୍ଚନାର ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କୁ କୋର୍ଟର ଝଟକା। ଅର୍ଚ୍ଚନା ନାଗ ମାମଲାରେ ଇଡିରେ ୨ ଥର ହାଜର ହୋଇସାରିଛନ୍ତି ଶ୍ରଦ୍ଧାଞ୍ଜଳି। ଇଡି ପୁଣି ତାଙ୍କୁ ହାଜର ହେବା ପାଇଁ ସମନ କରିଥିଲେ ମଧ୍ୟ ସେ ହାଜର ହେଉନାହାନ୍ତି କି ତଦନ୍ତରେ ସହଯୋଗ କରିବାକୁ ଚାହୁଁନାହାନ୍ତି ବୋଲି ଇଡି ପକ୍ଷରୁ କୁହାଯାଇଥିଲା।
ଶ୍ରଦ୍ଧାଞ୍ଜଳି କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ତେବେ କୋର୍ଟ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଦେଇଛି। ଅର୍ଚ୍ଚନାର ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କୁ ମିଳିଛି ବଡ ଝଟକା। କୋର୍ଟ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିବାପରେ ନିରାଶ ହେଲେ ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ସମ୍ପୃକ୍ତ ଶ୍ରଦ୍ଧାଞ୍ଜଳି।