ଭିଏଲ୍ଡବ୍ଲ୍ୟୁଙ୍କୁ ମରଣାନ୍ତକ ଆକ୍ରମଣ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଗୋଲର୍ ହାଟ ପଞ୍ଚାୟତର ଭିଏଲ୍ଡବ୍ଲ୍ୟୁ ନିହାର ରଞ୍ଜନ ଥାଟୋଇ ଆକ୍ରମଣର ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଅଭିଯୋଗ ଅନୁଯାୟୀ, ଗୋଲର୍ ହାଟ ପଞ୍ଚାୟତର ଜଣେ ବ୍ୟକ୍ତି ଗୋଟିଏ ଇନ୍ଦିରା ଆବାସ ପାଇଁ ବେଆଇନ୍ ଭାବେ ଦୁଇ ଥର ବିଲ୍ କରିବାକୁ ତାଙ୍କୁ କହିଥିଲେ। ଏ ନେଇ ସେ ବାରମ୍ବାର ତାଙ୍କ ଉପରେ ଚାପ ମଧ୍ୟ ପକାଉଥିଲେ। ତେବେ ଏଥିରେ ସେ ବିଫଳ ହେବା ପରେ ଉତ୍ତ୍ୟକ୍ତ ବ୍ୟକ୍ତି ଜଣକ ସୁଯୋଗ ଅପେକ୍ଷାରେ ଥିଲେ। ଗତକାଲି ସେ ଅଫିସ କାମ ସାରି ବିଲ ମୁଗବାଡ଼ି ସ୍ଥିତ ତାଙ୍କ ଘରକୁ ଫେରୁଥିଲେ। ଛତା ଛକ ଠାରେ ସମ୍ପୃକ୍ତ ବ୍ୟକ୍ତି ଓ ତାଙ୍କର ଅନ୍ୟ ୫ଜଣ ସହଯୋଗୀ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏ ନେଇ ଡେରାବିଶ ବ୍ଳକ ବିଡିଓ ଗୋପବନ୍ଧୁ ଭୋସାଗର ସ୍ଥାନୀୟ ସଦର୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
Comments are closed.