ରାଜଧାନୀ ଭୁବନେଶ୍ୱରରେ ମଶା ମାରିବ ଡ୍ରୋନ୍
ରାଜଧାନୀ ଭୁବନେଶ୍ୱରରେ ମଶାଙ୍କୁ ଦମନ କରିବା ପାଇଁ ଡ୍ରୋନ ମାଧ୍ୟମରେ କେମିକାଲ ସ୍ପ୍ରେ କରାଯିବ।

ଓଏଲ୍ ବ୍ୟୁରୋ : ମଶାଙ୍କୁ ଦମନ କରିବା ପାଇଁ ବିଏମସିର ନୂତନ ପ୍ରୟାସ। ମଶା କାମୁଡ଼ାରେ ରାଜଧାନୀରେ ରୋଗ ସୃଷ୍ଟି ହେଉଥିବାବେଳେ ମଶା ମାନେ ଶାନ୍ତିରେ ବଂଚିବାକୁ ଦେଉନାହାନ୍ତି। ମଶାଙ୍କ ଉତ୍ପାତ ପାଇଁ ଲୋକ ମାନେ ସଞ୍ଜ ହେବା ପୂର୍ବରୁ କବାଟ ବନ୍ଦ କରି ରହୁଛନ୍ତି। ମଶାରୁ ମୁକ୍ତି ଦେବା ପାଇଁ ବିଏମସି ଦ୍ୱାରା ରାଜଧାନୀରେ ମଶା ମାରିବା ପାଇଁ ଡ୍ରୋନ୍ ନିୟୋଜିତ କରାଯିବ।
ରାଜଧାନୀ ଭୁବନେଶ୍ୱରରେ ମଶାଙ୍କୁ ଦମନ କରିବା ପାଇଁ ଡ୍ରୋନ ମାଧ୍ୟମରେ କେମିକାଲ ସ୍ପ୍ରେ କରାଯିବ। ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି, ଭୁବନେଶ୍ୱରରେ ଅନେକ ଘଞ୍ଚ ସ୍ଥାନ ରହିଥିବାରୁ ଗାଡି ଯାଇ ପାରୁ ନଥିବା ଅବ୍ୟବହୃତ ଅଂଚଳରେ ମଶାକୁ ଦମନ କରିବା ପାଇଁ ଡ୍ରୋନ ବ୍ୟବହାର କରାଯିବ। ବିଏମସି ପକ୍ଷରୁ ମଶାଙ୍କ ଦମନ ପାଇଁ ମଶାବଂଶ ବୃଦ୍ଧି ହେଉଥିବା ଅଂଚଳରେ ଟେକନିକାଲ ଟିମ୍ ସର୍ଭେ କରିବା ସହ ମଶା ଧୂଆଁ ଗାଡି ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ।