ଆଜି ରାଜୀବ ଗାନ୍ଧିଙ୍କ ୭୫ ତମ ଜୟନ୍ତୀ
ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରେ କମ୍ପ୍ୟୁଟର ବିପ୍ଲବ ଆଣିଥିବା ନାୟକ ସ୍ବର୍ଗତ ରାଜୀବ ଗାନ୍ଧିଙ୍କ ଆଜି ହେଉଛି ୭୫ ତମ ଜନ୍ମ ଜୟନ୍ତୀ। ଏହି ଅବସରରେ କଂଗ୍ରେସର ବରିଷ୍ଠ ନେତା ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ଗୁଲାମ ନବୀ ଆଜାଦ୍, ଅହମ୍ମଦ ପଟେଲ ସମେତ ବହୁ କଂଗ୍ରେସ ନେତା ତାଙ୍କ ସମାଧୀ ପୀଠରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
Delhi: Congress Interim President Sonia Gandhi, Former Prime Minister Dr Manmohan Singh, Rahul Gandhi, & Priyanka Gandhi Vadra pay tributes to former Prime Minister Rajiv Gandhi on his 75th birth anniversary. pic.twitter.com/3tcPgY4u3K
— ANI (@ANI) August 20, 2019
ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ମନେ ପକାଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି,“ଆମର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି।”
Tributes to our former PM Shri Rajiv Gandhi on his birth anniversary.
— Narendra Modi (@narendramodi) August 20, 2019
ଅନ୍ୟପକ୍ଷରେ ଆଜି ସକାଳେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଧ୍ୟ ବୀର ଭୂମି ପହଞ୍ଚି ରାଜୀବ ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହାସହ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍, ଭୁପେନ୍ଦ୍ର ସିଂ ହୁଡ଼ା ଓ ଅହମ୍ମଦ ପଟେଲ ବୀଭଭୂମି ଯାଇ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି।
Delhi: Former President Pranab Mukherjee pays tribute to former Prime Minister Rajiv Gandhi on his 75th birth anniversary. pic.twitter.com/HglFQ0G4x2
— ANI (@ANI) August 20, 2019
Comments are closed.