ଶ୍ରୀମନ୍ଦିର ଜବରଦଖଲ ଉଚ୍ଛେଦର ଆଜି ଦ୍ବିତୀୟ ଦିନ

ପୁରୀ : ପୁରୀ ଶ୍ରୀମନ୍ଦିର ଜବରଦଖଲର ଆଜି ଦ୍ବିତୀୟ ଦିନରେ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା । ପୁରୀ ପ୍ରଶାସନ ପକ୍ଷରୁ ହେଉଥିବା ଏହି ଉଚ୍ଛେଦ ପ୍ରକ୍ରିୟାରେ ଗତକାଲି ମେଘନାଦ ପାଚେରୀ ପାଖରେ ଥିବା ପୋଲିସ ଫାଣ୍ଡି, ଜୋତା ଷ୍ଟାଣ୍ଡ, ସୂଚନା କେନ୍ଦ୍ର, ଶୌଚାଳୟ ଆଦି ଭଙ୍ଗାଯାଇଥିଲା। ବିଳମ୍ବିତ ରାତି ଯାଏଁ ଏହି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିଲା।
ଆଜି ପୁଣି ବାକି ରହିଯାଇଥିବା ନିର୍ମାଣ ଗୁଡ଼ିକର ଉଚ୍ଛେଦ କାର୍ଯ୍ୟ କରାଯାଉଛି। ଉଚ୍ଛେଦ ସମୟରେ ଜିଲ୍ଲାପାଳ, ଏସପିଙ୍କ ସମେତ ୧୦ରୁ ଅଧିକ ମାଜିଷ୍ଟ୍ରେଟ୍ ଉପସ୍ଥିତି ରହିଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ୨୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।
Comments are closed.