କୋଣାର୍କ ଓ ରାମଚଣ୍ଡୀ ପୀଠର ଉନ୍ନତିକରଣ ସମୀକ୍ଷା କଲେ ୫ଟି ସଚିବ
କୋଣାର୍କ ସୂର୍ଯ୍ୟମନ୍ଦିରର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଅନୁଧ୍ୟାନ କରିବା ସହ ଉଚ୍ଚଅଧିକାରୀଙ୍କ ସହ ନିର୍ମାଣ କାମକୁ ନେଇ ଆଲୋଚନା କରିଛନ୍ତି ।
![](https://www.odishalink.com/wp-content/uploads/2022/12/sef-v-3-750x430.jpg)
ଓଏଲ୍ ବ୍ୟୁରୋ : ଆଜି ଭୋର ପ୍ରାୟ ୫ଟା ସମୟରେ ୫ଟି ସଚିବ କୋଣାର୍କ ଓ ରାମଚଣ୍ଡୀ ମନ୍ଦିର ପରିଦର୍ଶନ କରିଛନ୍ତି । କୋଣାର୍କ ସୂର୍ଯ୍ୟମନ୍ଦିରର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଅନୁଧ୍ୟାନ କରିବା ସହ ଉଚ୍ଚଅଧିକାରୀଙ୍କ ସହ ନିର୍ମାଣ କାମକୁ ନେଇ ଆଲୋଚନା କରିଛନ୍ତି। ଚନ୍ଦ୍ରଭାଗ ପରିଦର୍ଶନ କରିବା ସହ ତାହାର ଉନ୍ନତିକରଣ ଦିଗରେ ଆଲୋଚନା କରିଛନ୍ତି । ଏହି ଅବସରରେ ତାଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ବି ଉପସ୍ଥିତ ଥିଲେ।
ରାମଚଣ୍ଡୀ ପୀଠର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଓ କୋଣାର୍କରେ ନିର୍ମାଣାଧୀନ ଇନଡୋର ଷ୍ଟାଡିୟମ ବୁଲି ଦେଖିବା ସହ କାକଟପୁର ଯାଇ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି ପାଣ୍ଡିଆନ। ମନ୍ଦିର ପାଖରେ ପାର୍କିଂ ବ୍ୟବସ୍ଥା, ରୋଷଶାଳା ଓ ପାରିପାର୍ଶ୍ବିକ ସ୍ଥିତିର ଅନୁଧ୍ୟାନ କରିଥିଲେ ୫ଟି ସଚିବ। ମନ୍ଦିରର ସୌନ୍ଦର୍ଯ୍ୟକରଣ ସହ ଉନ୍ନତି ଦିଗରେ ସମୀକ୍ଷା କରିଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ୍ ।