ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହେଲେ ଆତଙ୍କବାଦୀ, ଜାରି ରହିଛି ଗୁଳିବିନିମୟ
ସୁରକ୍ଷା କର୍ମୀ ମୃତଦେହ ଉଦ୍ଧାର କରିବା ସହ ସେମାନଙ୍କ ନିକଟରୁ ବନ୍ଧୁକ ଓ ବିସ୍ଫୋରକ ଜବତ

ଓଏଲ୍ ବ୍ୟୁରୋ : ଯବାନଙ୍କୁ ମିଳିଲା ବଡ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହେଲେ ଆତଙ୍କବାଦୀ। ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୩ ଆତଙ୍କୀ। ସୂଚନା ଅନୁସାରେ ଟ୍ରକରେ ବିପୁଳ ମାରଣାସ୍ତ୍ର ଧରି ଆସିବା ପରେ ଘରେ ଲୁଚିଥିଲେ ଆତଙ୍କବାଦୀ। ଜମ୍ମୁର ସିଧରା ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କୀ ନିପାତ ହୋଇଛନ୍ତି। ଆତଙ୍କବାଦୀ ଓ ସେନାର ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି।
ଏହି ତିନିଜଣ ଆତଙ୍କୀ ଟ୍ରକରେ ସୀମା ପାର କରି କାଶ୍ମୀର ଆସିବାବେଳେ ସୁରକ୍ଷା କର୍ମୀ ଚେକିଂ କରିବା ସମୟରେ ଆତଙ୍କୀମାନେ ଫାୟାରିଂ କରିବା ସହ ଠେଲାପେଲା ଗଣ୍ଡଗୋଳ କରିଥିଲେ। ପରେ ପୋଲିସ ଏନକାଉଣ୍ଟର ଆରମ୍ଭ କରିଥିଲା ଯାହା ଦ୍ୱାରା ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଛି ଯବାନ। ଆଜି ସକାଳ ପ୍ରାୟ ୭.୩୦ରେ ସୁରକ୍ଷାକର୍ମୀମାନେ ସିଧରା ଅଞ୍ଚଳରେ ପ୍ୟାଟ୍ରୋଲିଂ କରୁଥିବା ବେଳେ ୩ ଜଣ ଆତଙ୍କବାଦୀ ଗୋଟିଏ ଟ୍ରକ୍ରେ କାଶ୍ମୀରକୁ ଅନୁପ୍ରବେଶ କରୁଥିଲେ।
ସୁରକ୍ଷାକର୍ମୀ ଟ୍ରକକୁ ଅଟକାଇବା କ୍ଷଣି ସେମାନେ ହମଲା କରିଥିଲେ। ଏହାର ଜବାବ ମଧ୍ୟ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦିଆଯାଇଥିଲା। ପ୍ରାୟ ଘଣ୍ଟାଏ ଧରି ଗୁଳି ବିନିମୟ ଚାଲିଥିଲା। ସମସ୍ତ ୩ ଆତଙ୍କବାଦୀ ନିହତ ହୋଇଥିବା ଜମ୍ମୁ-କଶ୍ମୀର ଏଡିଜିପି କହିଛନ୍ତି। ସୁରକ୍ଷା କର୍ମୀ ମୃତଦେହ ଉଦ୍ଧାର କରିବା ସହ ସେମାନଙ୍କ ନିକଟରୁ ବନ୍ଧୁକ ଓ ବିସ୍ଫୋରକ ଜବତ କରାଯାଇଛି। ସ୍ଥାନୀୟ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରହିଛି। ଆତଙ୍କବାଦୀ ଓ ସେନାର ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି।