‘ପୁଲିସ ଉପରେ ଆମକୁ ଭରସା କରିବାକୁ ପଡ଼ିବ’
ଜୟନାରାୟଣ ମିଶ୍ର ନିଜ ପିଏସଓ ଫେରାଇଦେବା ଦେବା ଉଚିତ ନଥିଲା ବୋଲି ସୌମ୍ୟ ରଞ୍ଜନ ପଟ୍ଟନାୟକ ମତ ରଖିଛନ୍ତି
![](https://www.odishalink.com/wp-content/uploads/2023/02/soumya-ranjan.jpg)
ଓଏଲ୍ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଘଟଣାକୁ ନେଇ ତଦନ୍ତ ଚାଲିଥିବାବେଳେ ଏହାକୁ ନେଇ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜର ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପୁଲିସ ଗୁଳିକରି ମାରିବା ମୋତେ ଆଶ୍ଚର୍ଯ୍ୟ ଲାଗୁଛି, ବିଶ୍ୱାସ ହେଉନି। ଜଣେ ପାୱାରଫୁଲ ମନ୍ତ୍ରୀଙ୍କୁ ଏଏସଆଇ ଗୁଳି କରିବା ଗ୍ରହଣଯୋଗ୍ୟ ନୁହେଁ। ମୋତେ ବି ପିଏସଓ ମିଳିଛି, ଡର ଲାଗୁଛି ସେ ଗୋପାଳ ଦାସ ହେବନି ତ! ପୁଲିସ ଅସଲ କାରଣ ଖୋଜି ତଥ୍ୟ ସାମ୍ନାକୁ ଆଣିବା ଦରକାର। ବର୍ତ୍ତମାନ ଯାହା ପ୍ରକାଶ ପାଉଛି ସବୁ ଗସିପ, ଯିଏ ଯାହା ପାରିଲା କହିଲା। ପୁଲିସ ଯେତେ ଶୀଘ୍ର ସତ୍ୟ ବାହାର କରିବ ସେତେ ଶୀଘ୍ର ଚର୍ଚ୍ଚା ବନ୍ଦ ହେବ।
ଡିଜିପି ଜଗନ୍ନାଥଙ୍କୁ ଜଣା କହିବା ପ୍ରସଙ୍ଗରେ ବିଧାୟକ ସୋମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଡିଜିପି ଜଗନ୍ନାଥଙ୍କୁ ପ୍ରାର୍ଥନା କରି ଜାଣନ୍ତୁ ଏବଂ ଆମକୁ ଜଣାନ୍ତୁ। ବୋଥ୍ରା ବାବୁ ଯେଉଁ ହନ୍ତସନ୍ତ ହେଉଛନ୍ତି ଆଉ ହେବେନି। ପୁଲିସ ଉପରେ ଆମମାନଙ୍କ ଭରସା କରିବାକୁ ପଡିବ, ନଚେତ ଅରାଜକତା। ଆମେ ସବୁ ପୁଳିସକୁ ଖରାପ ଭାବିବା କଥା ଭୁଲ ହେବ, କାରଣ ସବୁ ପୁଲିସ ଖରାପ ନୁହଁନ୍ତି ବୋଲି କହିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ।
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ପିଏସଓଙ୍କୁ ନିଲମ୍ବିତ କରାଯାଇଥିଲା। ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ନିଜର ପିଏସଓ ଫେରାଇ ଦେଇଥିଲେ। ତେବେ ଜୟନାରାୟଣ ମିଶ୍ର ନିଜ ପିଏସଓ ଫେରାଇଦେବା ଦେବା ଉଚିତ ନଥିଲା ବୋଲି ସୌମ୍ୟ ରଞ୍ଜନ ପଟ୍ଟନାୟକ ମତ ରଖିଛନ୍ତି।