Odisha Link
Bridging the Missing Links in Odisha

ଶ୍ଵେତା ମୃତ୍ୟୁ ମାମଲା : ଗିରଫ ହେଲେ ପୁରୁଷ ବନ୍ଧୁ ସୋମ୍ୟଜିତ

ଗତବର୍ଷ ଅଗଷ୍ଟରେ ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା

ଓଏଲ୍‌ ବ୍ୟୁରୋ : ବହୁଚର୍ଚ୍ଚିତ ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ମୃତ୍ୟୁ ମାମଲାରେ ଆଉ ଏକ ନୂଆ ମୋଡ଼। ଶ୍ଵେତା ମୃତ୍ୟୁ ମାମଲାର ତଦନ୍ତ ଜାରି ରହିଥିବାବେଳେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କଲା ପୁଲିସ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ପୁଲିସ ଶ୍ଵେତାଙ୍କ ପୁରୁଷ ବନ୍ଧୁ ସୌମ୍ୟଜିତଙ୍କୁ ସମ୍ବଲପୁରରୁ ଗିରଫ କରିଛି। କମିଶନରେଟ୍ ପୁଲିସର ୫ ଜଣିଆ ଟିମ୍ ରାତି ୪ଟାରେ ସମ୍ବଲପୁର ବଂଶୀଧରନଗରରେ ପହଞ୍ଚି ସୌମ୍ୟଜିତଙ୍କୁ ତାଙ୍କ ଘରୁ ଗିରଫ କରିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ସୌମ୍ୟଜିତଙ୍କ ଯୋଗୁଁ ଶ୍ଵେତା ଆତ୍ମହତ୍ୟା କରିଥିବା ନେଇ ଚନ୍ଦ୍ରଶେଖରପୁର ଥାନାରେ ମାମଲା ରୁଜୁ କରିଥିଲେ ପରିବାରଲୋକ। ଗତବର୍ଷ ଅଗଷ୍ଟରେ ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ପୂର୍ବରୁ ଏହି ମାମଲାରେ ସୌମ୍ୟଜିତଙ୍କୁ ପଚରାଉଚରା କରିସାରିଥିଲା ପୁଲିସ। ପୁରୁଷ ବନ୍ଧୁ ସୌମ୍ୟଜିତଙ୍କ ସମ୍ବଲପୁର ବାସଭବନରେ ମଧ୍ୟ ଚଢ଼ାଉ କରିଥିଲା କମିଶନରେଟ ପୁଲିସ। ଗିରଫ ଭୟରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ସୌମ୍ୟଜିତ। ଘଟଣାରେ ମୋଟ ୧୫ ଜଣଙ୍କ ବୟାନ ରେକର୍ଡ ହୋଇଛି। ସୌମ୍ୟ ଓ ଶ୍ବେତାଙ୍କ କଲ ରେକର୍ଡିଂ ଓ ମେସେଜ ତଥ୍ୟ ଆଧାରରେ ଚାଲିଥିଲା ତଦନ୍ତ। ତେବେ ଆଜି ଚନ୍ଦ୍ରଶେଖରପୁର ପୁଲିସ ସମ୍ବଲପୁର ଆସି ସୌମ୍ୟଜିତକୁ ଗିରଫ କରିଛି।

Leave A Reply

Your email address will not be published.