Odisha Link
Bridging the Missing Links in Odisha

ବିଡିଓଙ୍କ ଗାଡ଼ି ଧକ୍କାରେ ଚାଲିଗଲା ବାଇକ୍ ଚାଳକଙ୍କ ଜୀବନ

ଘଟଣାସ୍ଥଳରୁ ବିଡିଓ ପଳାଇ ଯିବାପରେ ଥାନାରେ ଗାଡ଼ି ଜିମା ଦେଇଥିଲେ ଡ୍ରାଇଭର

ଓଏଲ୍‌ ବ୍ୟୁରୋ : ପାରଳାଖେମୁଣ୍ଡି ପୋଡ଼ଣି ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟିଥିବା ସାମ୍ନାକୁ ଆସିଛି। ମୋହନା ବିଡିଓଙ୍କ ଗାଡ଼ି ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି। ଦୁର୍ଘଟଣା ପରେ ବିଡିଓ ସେଠାରୁ ପଳାଇଥିବା ସୂଚନା ମିଳିଛି।

ଖବର ଅନୁସାରେ, ପୋଡ଼ଣି ଛକ ନିକଟରେ ମୋହନା ବିଡିଓ ଡ୍ରାଇଭର ସହ ଗାଡ଼ିରେ ଗଲା ବେଳେ ବାଇକ ଚାଳକଙ୍କ ସହ ଧକ୍କା ହୋଇଥିଲା। ଧକ୍କା ହେବା ପରେ ବିଡିଓ ସେଠାରୁ ପଳାଇଥିବା ଥାନା ଆଇଆଇସି ସୂଚନା ଦେଇଛନ୍ତି। ଘଟଣାସ୍ଥଳରୁ ବିଡିଓ ପଳାଇ ଯିବାପରେ ଥାନାରେ ଗାଡ଼ି ଜିମା ଦେଇଥିଲେ ଡ୍ରାଇଭର। ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ଜଣା ପଡିଛି।

Leave A Reply

Your email address will not be published.