ରାଜଧାନୀରେ ୩୭ ଡିଗ୍ରୀ ଟପିଲା ତାପମାତ୍ରା
![](https://www.odishalink.com/wp-content/uploads/2021/03/heat_wave_india.jpg)
ଓଏଲ୍ ବ୍ୟୁରୋ: ଫେବ୍ରୁଆରୀ ମାସ ଶେଷ ନହଉଣୁ ତାତିରେ କଲବଲ ରାଜଧାନୀବାସୀ। ଗତ କିଛିଦିନ ଧରି ତାତି ବଢୁଥିବା ବେଳେ ଆଜି ତାପମାତ୍ରା ୩୭ ଡିଗ୍ରୀ ପାର୍ ହୋଇଛି । ଦିନ ୨ଟା ୩୦ ସୁଦ୍ଧା ରାଜଧାନୀ ରେ ତାପମାତ୍ରା ୩୭. ୬ ଡିଗ୍ରୀ ରେକର୍ଡ କରାଯାଇଛି। ଚଳିତବର୍ଷର ଏହା ସର୍ବାଧିକ ତାପମାତ୍ରା ବୋଲି କୁହାଯାଇଛି।
ଆଗକୁ ଆହୁରି ତାପମାତ୍ରା ବଢିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତାପମାତ୍ରା ବୃଦ୍ଧିର କାରଣ ସମ୍ପର୍କରେ ଜଣାପଡିନାହିଁ। ତେବେ କେବଳ ରାଜଧାନୀ ନୁହେଁ ରାଜ୍ୟର ଅନେକ ଜିଲ୍ଲାରେ ମଧ୍ୟ ଏବେଠୁ ତାତି ଅନୁଭୂତ ହେଲାଣି।
କିଛି ଜିଲ୍ଲାରେ ୩୦ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ଦେଖିବାକୁ ମିଳିଛି। ଫେବ୍ରୁଆରୀ ମାସ ଶେଷ ନହେଉଣୁ ଏପରି ତାତି ହେବାକୁ ନେଇ ଆଗକୁ ଆହୁରି ତାତି ବଢ଼ିବ ବୋଲି ପାଣିପାଗ ବିଭାକ ଆକଳନ କରିଛି।