Odisha Link
Bridging the Missing Links in Odisha

ନିଆଁ ଲାଗି ଜଳିଗଲା ୪୦ରୁ ଅଧିକ ବାଇକ

ନିଆଁ ଲିଭାଇବା ପାଇଁ ଘଟଣା ପରେ ୩ ଟି ଦମକଳ ଗାଡି ନିୟୋଜିତ କରାଯାଇଥିଲା

ଓଏଲ୍‌ ବ୍ୟୁରୋ: ଯାଜପୁର ରୋଡ ଚନ୍ଦାହାଣ୍ଡି ଥାନା ପରିସରରେ ଘଟିଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବୁଧବାର ଅପରାହ୍ନରେ ନିଆଁ ଲାଗି ପାଖାପାଖି ୪୦ରୁ ଅଧିକ ବାଇକ ଜଳିଯାଇଛି। ଏଥି ସହିତ ଗୋଟିଏ ଟ୍ରକ ଜଳିଯାଇଥିବା ଜଣା ପଡିଛି। ନିଆଁ ଲିଭାଇବା ପାଇଁ ଘଟଣା ପରେ ୩ ଟି ଦମକଳ ଗାଡି ନିୟୋଜିତ କରାଯାଇଥିଲା।

ସୂଚନା ଅନୁସାରେ, ଚନ୍ଦାହାଣ୍ଡି ଥାନା ପରିସରରେ ଜଳିଯାଇଥିବା ୩୦ରୁ ୪୦ ଗାଡ଼ିକୁ ଜବତ କରି ରଖାଯାଇଥିଲା। ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନଥିବାବେଳେ ଏହାର ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଥାନା ପରିସରରେ ଏତେ ଗୁଡା ଗାଡି ନିଆଁ ଲାଗିଯିବା ଆଶ୍ଚର୍ଯ୍ୟଜନକ ପରିସ୍ଥିତି ସୃଷ୍ଟି କରିଛି।

Leave A Reply

Your email address will not be published.