ସ୍ୱାସ୍ଥ୍ୟସେବାକୁ ନେଇ ସିଡିଏମ୍ଓ ଓ ଏଡିଏମ୍ଓଙ୍କୁ ଏକ ଘଣ୍ଟା ଅଟକ
ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ସିଡିଏମ୍ଓ ଓ ଏଡିଏମ୍ଓଙ୍କୁ ଅଟକ ରଖିଥିଲେ ବଣିକ, ଓକିଲ ଓ ସାମ୍ବାଦିକ ସଂଘ ସଦସ୍ୟ
ଓଏଲ୍ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲା ସିଡିଏମ୍ଓ ଓ ଏଡିଏମ୍ଓଙ୍କୁ ଚେତାବନୀ। ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଡିଏମ୍ଓ ଓ ଏଡିଏମ୍ଓଙ୍କୁ ଏକ ଘଣ୍ଟା ଅଟକ ରଖିଥିବା ଜଣା ପଡିଛି। ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ନେଇ ସିଡିଏମ୍ଓ ଓ ଏଡିଏମ୍ଓଙ୍କୁ ଅଟକ ରଖିଥିଲେ ବଣିକ, ଓକିଲ ଓ ସାମ୍ବାଦିକ ସଂଘ ସଦସ୍ୟ।
ସେମାନେ ସିଡିଏମ୍ଓ ଓ ଏଡିଏମ୍ଓଙ୍କୁ ଚେତାବନୀ ଦେଇ କହିଛନ୍ତି, ଯଦି ସ୍ୱାସ୍ଥ୍ୟସେବାରେ ସୁଧାର ନ ଆସେ ତେବେ ସେମାନେ ରାଜରାସ୍ତାକୁ ଓଲ୍ହାଇବେ।