Odisha Link
Bridging the Missing Links in Odisha

ଆଇଆଇଟି ମାଡ୍ରାସ ଦ୍ୱାରା ନୂତନ ଅନଲାଇନ ପାଠ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ଆଇଆଇଟି ମାଡ୍ରାସ ଦ୍ୱାରା ଇଲେକ୍ଟ୍ରୋନିକ୍ସ ସିଷ୍ଟମ ବିଭାଗରେ ବିଏସସି ପାଇଁ ପ୍ରସ୍ତୁତ ଅନଲାଇନ ପାଠ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏଭଳି ପଦକ୍ଷେପ ଆମର ଯୁବଶକ୍ତିଙ୍କୁ ଏକବିଂଶ ଶତାବ୍ଦୀର ଜ୍ଞାନ, କୌଶଳ ଏବଂ ରୋଜଗାର ସହ ସମନ୍ୱୟ ରଖିବା ପାଇଁ ବିରାଟ ବଡ ସୁଯୋଗ ପ୍ରଦାନ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଜାତୀୟ ଶିକ୍ଷା ନୀତିରେ ଶିକ୍ଷାର ଗୁଣାତ୍ମକ, ସର୍ବବ୍ୟାପୀ, ସର୍ବସ୍ପର୍ଶୀ, ରୋଜଗାର ଏବଂ ମଲଟିପୁଲ ଏଣ୍ଟ୍ରି-ମଲଟିପୁଲ ଏକଜିଟ ପାଇଁ ପରାମର୍ଶ ଦିଆଯାଇଛି । ଏହି ଆଧାରରେ ଆଇଆଇଟି ମାଡ୍ରାସ ଏହି ନୂତନ ପାଠ୍ୟକ୍ରମ ଆରମ୍ଭ କରିବା ସ୍ୱାଗତଯୋଗ୍ୟ । ଏହି ଉଦ୍ୟମ ଦେଶର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ମାନକୁ ବଢାଇବାରେ ସହାୟକ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ କଳ୍ପନାରେ ଅଧିକରୁ ଅଧିକ ଅନୁଷ୍ଠାନ ଏଭଳି କାର୍ଯ୍ୟକ୍ରମ ପାଇଁ ଆଗେଇ ଆସିବା ନେଇ ଶ୍ରୀ ପ୍ରଧାନ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି ।

ଭାରତ କେବଳ ଟେକ୍ନୋଲୋଜିର ଉପଭୋକ୍ତା ହେବା ଉଚିତ୍ ନୁହେଁ ବରଂ ନିଜର ମାନବଶକ୍ତି ମଧ୍ୟ ପ୍ରସ୍ତୁତ କରିବା ଉଚିତ୍। ଆଇଆଇଟି ମାଡ୍ରାସର ଦ୍ୱାରା ପ୍ରସ୍ତୁତ ଏହି ପାଠ୍ୟକ୍ରମ ଆମ ପାଖରେ ଥିବା କାର୍ଯ୍ୟବଳର ଦକ୍ଷତା ସୁଧାର ଏବଂ ଭବିଷ୍ୟତ କାର୍ଯ୍ୟବଳକୁ ପ୍ରସ୍ତୁତ କରିବାର ଦୁଇଟି ଉଦ୍ଦେଶ୍ୟ ପୂରଣ କରିବ। ଶୁଭାରମ୍ଭ ହୋଇଥିବା ଅନଲାଇନ ବିଏସସି କୋର୍ସ ପାଇଁ ସାର୍ଟିଫିକେଟ, ଡିପ୍ଲୋମା, ଡିଗ୍ରୀ ସ୍ତରୀୟ ପ୍ରୋଗ୍ରାମ ବ୍ୟତିତ ଶ୍ରୀ ପ୍ରଧାନ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍ସ ପରିସଂସ୍ଥାନରେ ଏକ ମୌଳିକ ମଡ୍ୟୁଲ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ।
ନବସୃଜନ ଏବଂ ଗବେଷଣା ଯୁଗରେ ଆମେ ଡିଜିଟାଲ ବିଶ୍ୱବିଦ୍ୟାଳୟର ଯୋଜନା କରିଛୁ । ଏହି ନୂତନ ସମୟର ପାଠ୍ୟକ୍ରମ ଗବେଷଣାର ଗୁଣବତ୍ତାକୁ ବଢାଇବା ସଙ୍ଗେସଙ୍ଗେ ସର୍ବସ୍ପର୍ଶୀ ଶିକ୍ଷା ପ୍ରଦାନ କରିବା ସହ ରୋଜଗାରକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରୋତ୍ସାହିତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

Leave A Reply

Your email address will not be published.