ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ
ଆସନ୍ତା ୨୬ରେ ଅମିତ ଶାହ ଦିନିକିଆ ଗସ୍ତରେ ଓଡ଼ିଶା ଆସି ଧାମନଗରରେ ସଭା କରିବେ।

ଓଏଲ୍ ବ୍ୟୁରୋ : ପାଖେଇ ଆସୁଛି ସାଧାରଣ ନିର୍ଵାଚନ। ଆଗାମୀ ନିର୍ବାଚନକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ତେବେ ମାର୍ଚ୍ଚ ୨୬ ତାରିଖରେ ଦିନିକିଆ ଗସ୍ତରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅମିତ ଶାହ। ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ। ଆସନ୍ତା ୨୬ରେ ଅମିତ ଶାହ ଦିନିକିଆ ଗସ୍ତରେ ଓଡ଼ିଶା ଆସି ଧାମନଗରରେ ସଭା କରିବେ।
ଧାମନଗର ନିର୍ବାଚନ ମଣ୍ଡଳୀ ସାଆଁଳପୁରରେ ସାଧାରଣ ସଭା ଆୟୋଜନ ହେବ ଏବଂ ସେଥିରେ ଯୋଗଦାନ କରିବେ ଅମିତ ଶାହ। ଧାମନଗରରେ ଆୟୋଜିତ ସଭାରେ ଯୋଗଦେବା ପୂର୍ବରୁ ଅମିତ ଶାହ ଆରଡ଼ି ଆଖଣ୍ଡଳମଣୀ ପୀଠ ଯାଇଁ ପ୍ରଭୁଙ୍କ ଦର୍ଶନ କରିବେ। ଧାମନଗରରେ ସଭା ପରେ ରାଜଧାନୀ ଭୁବନେଶ୍ବର ଆସି ସେଠାରେ ବରିଷ୍ଠ ନେତାଙ୍କ ସହ ବୈଠକ କରିବେ ଅମିତ ଶାହ। ତେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତକୁ ନେଇ ସୂଚନା ଦେଇଛନ୍ତି ଲେଖାଶ୍ରୀ।