ଗୁଣ୍ଡ ହେଲା ଗୁଣ୍ଡାର ଘର
ପୂର୍ବରୁ ବିଭିନ୍ନ ମାମଲାରେ ଗିରଫ ହୋଇ ଜେଲ୍ ଯାଇଛି ଅପରାଧୀ ଟିମନ।

ଓଏଲ୍ ବ୍ୟୁରୋ : ବେଆଇନ ଘର କରିବା ହେଲା କାଳ। ସରକାରୀ ଜାଗାରେ ଥିବା ଘରକୁ ଭାଂଗିଲା ପୁଲିସ। ତେବେ ବଲାଙ୍ଗିରର ଗ୍ୟାଙ୍ଗଷ୍ଟର ଟିମନର ଘର ଓ ଅଫିସ୍ ପୁଲିସ ଭାଙ୍ଗିଥିବା ଜଣା ପଡିଛି। ସରକାରୀ ଜାଗାରେ ବେଆଇନ ଘର କରିଥିଲା ଗାଙ୍ଗଷ୍ଟର ଟିମନ। ତେବେ ଏହି ସରକାରୀ ଜାଗାରେ ଥିବା ଟିମନର ଘର ଓ ଅଫିସ ପୁଲିସ ଜେସିବି ଯୋଗେ ଭାଙ୍ଗିଛି।
ପୂର୍ବରୁ ବିଭିନ୍ନ ମାମଲାରେ ଗିରଫ ହୋଇ ଜେଲ୍ ଯାଇଛି ଅପରାଧୀ ଟିମନ। ତା ସହ ପାଟଣାଗଡ଼ର ଅପରାଧୀ ଜଗା ସେନାପତି ଘର ମଧ୍ୟ ଭଙ୍ଗାଯାଇଛି। ଜଗା ସେନାପତିର ଘର ଓ ଇଟା ଭାଟି ଗୁଣ୍ଡ କରିଦେଇଛି ପୁଲିସ।